ଦିବଙ୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି ବିଜେପି । ପୂର୍ବରୁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଖୁବ ଶୀଘ୍ର ବିଜେଡି ମଧ୍ୟ ନିଜ ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ନିକଟରେ ଜୟ ବିଜେପିରେ ସାମିଲ ହୋଇଥିଲେ । ତେଣୁ ସେ ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ଏବେ ଉକ୍ତ ଚର୍ଚ୍ଚାର ଅନ୍ତ ଘଟିଛି । ଅନ୍ୟପକ୍ଷରେ ଜୟ ବିଜେପିରେ ସାମିଲ ହେବା ପରେ ଦଳୀୟ କର୍ମୀଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଆଶାୟୀଙ୍କ ଠାରୁ ତୃଣମୂଳ ସ୍ତରର କର୍ମୀ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ । ଅସନ୍ତୁଷ୍ଟଙ୍କୁ ବୁଝାଇବା ପାଇଁ ଭୁବନେଶ୍ବର ଡାକରା ହୋଇଥିଲା । ୨୫ ବର୍ଷ ହେଲାଣି ଢୋଲକିଆ ପରିବାର ସହ ବିଜେପି କର୍ମୀମାନେ ଲଢ଼େଇ କରୁଥିବା ବେଳେ, ଏବେ ପରିବର୍ତ୍ତିତ ସ୍ଥିତି ନେଇ କର୍ମୀଙ୍କ ମହଲରେ ବଢ଼ିଛି ଅଡ଼ୁଆ । ସରକାରରେ ଥିବାରୁ ବିଜେପି ପାଇଁ ନୂଆପଡ଼ା ଉପନିର୍ବାଚନ ସମ୍ମାନର ପ୍ରଶ୍ନ ହୋଇଛି । ନୂଆପଡ଼ା ଫଳାଫଳ ସରକାରଙ୍କ ଲୋକପ୍ରିୟତାର ପରୀକ୍ଷା ହୋଇଥିବାରୁ ଦଳ ଭାବିଚିନ୍ତି ଗୋଟି ଚଳାଉଛି ।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା