ଗତକାଲି ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ପବନ ଖେଡା ସ୍ମୃତି ଇରାନୀଙ୍କ ଝିଅଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ଗୋଆରେ ଥିବା ରେସ୍ତୋରାଁଟି ସ୍ମୃତି ଇରାନୀଙ୍କର ୧୮ବର୍ଷର ଝିଅଙ୍କ ନାମରେ ଚାଲିଛି। ଏହା ପରେ କଂଗ୍ରେସ ନେତା ଜୟରାମ ରମେଶ କହିଥିଲେ ଯେ, ତୁରନ୍ତ ସ୍ମୃତି ଇରାନୀ ଇସ୍ତଫା ଦିଅନ୍ତୁ। ଆରଟିଆଇରୁ ସୂଚନା ପାଇବା ପରେ ଇରାନୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛୁ। ସେ ଗୋଆରେ ଏକ ରେଷ୍ଟୁରାଣ୍ଟ ଚଳାଉଛନ୍ତି ଏବଂ ୧୩ମାସ ପୂର୍ବେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ନାମରେ ରେଷ୍ଟୁରାଣ୍ଟର ନକଲି ଲାଇସେନ୍ସ ହାସଲ କରିଛନ୍ତି।ତାଙ୍କର ଏଭଳି ଅଭିଯୋଗ କରିବା ଏବଂ ରାଜନୀତିଠାରୁ ଦୂରରେ ଥିବା ଝିଅ ବିଷୟରେ ସାମ୍ବାଦିକ ସମ୍ମିଳନୀରେ କହିଥିବାରୁ ଏବେ ଖେଡା ଓ ଜୟରାମଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି ସ୍ମୃତି ଇରାନୀ।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ