ନିର୍ବାଚନକୁ ନେଇ ଏବେଠୁ ଗ୍ରାଉଣ୍ଡ ଜିରୋରେ ଦେଖିବାକୁ ମିଳିଲାଣି ନିର୍ବାଚନୀ ଉଷ୍ମତା । ଗଞ୍ଜାମ ଜିଲ୍ଲାର ବହୁଚର୍ଚ୍ଚିତ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଏଥିରୁ ବାଦ୍ ପଡ଼ିଥାନ୍ତା କିପରି ? ଗୋପାଳପୁରରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସରୁ ଆଶାୟୀମାନେ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ, ଶାସକ ଦଳ ବିଜେଡିରୁ ଆଶାୟୀ ତାଲିକା ଧିରେ ଧିରେ ଲମ୍ବି ଲମ୍ବି ଚାଲିଛି।ଗଞ୍ଜାମ ଜିଲ୍ଲାର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଗୋପାଳପୁର ଆସନ। ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ ଓ୍ବାର୍ଡ, ରଙ୍ଗେଇଲୁଣ୍ଡା ବ୍ଳକର ୩୨ ପଞ୍ଚାୟତ, କୁକୁଡ଼ାଖଣ୍ଡି ବ୍ଳକର ୫ ପଞ୍ଚାୟତ ଏବଂ ବ୍ରହ୍ମପୁର ୬ ଓ୍ବାର୍ଡକୁ ନେଇ ଗଠିତ ଏହି ବିଧାନସଭା କ୍ଷେତ୍ର। ଗତ ତିନିଟି ନିର୍ବାଚନରେ ବିଜେଡି କବଜାରେ ରହି ଆସିଛି ଏହି ଆସନ। ଗୋପାଳପୁରରୁ ଲଗାତର ତିନି ଥର ବିଧାୟକ ହୋଇଛନ୍ତି ପ୍ରଦୀପ କୁମାର ପାଣିଗ୍ରାହୀ । ଗତ ୨୦୧୯ ନିର୍ବାଚନରେ ବିଜେଡ଼ି ଏବଂ ବିଜେପି ମଧ୍ୟରେ ହୋଇଥିଲା କଡ଼ା ଟକ୍କର ହୋଇଥିବା ବେଳେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ । ୨୦୧୯ରେ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ ୬୧, ୬୨୮ ଭୋଟ ପାଇଥିବା ବେଳେ, ବିଜେପି ପ୍ରାର୍ଥୀ ବିଭୁତି ଭୂଷଣ ଜେନାଙ୍କୁ ମିଳିଥିଲା ୫୮, ୯୫୫ ଭୋଟ୍। କଂଗ୍ରେସ ପ୍ରାର୍ଥୀ ଏସ.ଧର୍ମରାଜ ରେଡି ପାଇଥିଲେ ୧୦,୦୫୩ ଭୋଟ୍। ତେବେ ନିର୍ବାଚନ ମଣ୍ଡଳୀରୁ ଦୂରେଇ ରହିବା ଏବଂ ଜନ ବିରୋଧି କାର୍ଯ୍ୟ ଅଭିଯୋଗରେ, ୨୦୨୧ ନଭେମ୍ବର ୨୯ରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କାର କରିଥିଲା ଦଳ। ପ୍ରଦୀପଙ୍କ ବିରୋଧରେ କାର୍ୟ୍ଯାନୁଷ୍ଟାନ ପରେ ଏବେ, ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଜନ ସଂପର୍କରେ ଲାଗିଛନ୍ତି ଗୋପବନ୍ଧୁ ଦାସ,। ସେହିପରି ବ୍ରହ୍ମପୁରରୁ ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର ମଧ୍ଯ ଗାଁ ଗାଁ ବୁଲି ସାଂଗଠନିକ କାର୍ଯ୍ୟକ୍ରମ ଚଳାଇଛନ୍ତି । ବ୍ରହ୍ମପୁରରୁ ବିଜେଡି ବିଧାୟକ ବିକ୍ରମ ପଣ୍ଡା ମଧ୍ଯ ଗୋପାଳପୁରରେ ସଭା ସମିତି କରିବାରେ ଲାଗୁଛନ୍ତି।
Trending
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
Prev Post