ଏନ୍ପିପି ଡେଇଁ ପଦ୍ମ ଧରିଲେ କ୍ରୀଡାମନ୍ତ୍ରୀ
ମେଟ୍ରୋ ଟିଭି ଓଡିଶା,୧୦/୧: ମଣିପୁରର କ୍ରୀଡ଼ା ତଥା ଯୁବ ବ୍ୟାପାର ମନ୍ତ୍ରୀ ଲେଟ୍ପାଓ ହାଓକିପ୍ ନ୍ୟାଶନାଲ ପିପୁଲ୍ସ୍ ପାର୍ଟିର ବାଡ଼ ଡେଇଁଛନ୍ତି। ରାଜଧାନୀ ଦିଲ୍ଲୀରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଉତ୍ତରପୂର୍ବାଞ୍ଚଳ ଏବଂ ମଣିପୁରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କାମ କରିବା ଲାଗି ସେ ପଦ୍ମ ଧରିଥିବା ପ୍ରକାଶ କରିଛନ୍ତି।
୨୦୨୨ ବର୍ଷରେ ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ଲାଗି ଆଉ କିଛି ମାସ ବାକିଥିବାବେଳେ ଏନ୍ପିପିକୁ ଝଟ୍କା ଲାଗିଛି।