ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଗୁରୁବାର ପ୍ରବର୍ତ୍ତନ ନିର୍ଦେଶାଳୟ ଆଗରେ କହିଛନ୍ତି ଘରେ ଏତେ ଟଙ୍କା ଥିଲା ତାହା ତାଙ୍କୁ ଜଣାନଥିଲା। ସେ କହିଛନ୍ତି, କୋଲକାତାର ଦୁଇଟି ଆପାର୍ଟମେଣ୍ଟରେ କେତେ ଟଙ୍କା ଓ ଦାମୀ ଜିନିଷ ରଖାଯାଇଥିଲା ତାହା ତାଙ୍କୁ ଜଣାଇବାକୁ ଦିଆଯାଉନଥିଲା। କାରଣ ପାର୍ଥ ଚାଟାର୍ଜୀ ତାଙ୍କୁ କେବେ ବି ‘ବନ୍ଦ ରୁମ୍’ ଭିତରକୁ ଯିବାକୁ ଅନୁମତି ଦେଇନଥିଲେ। ଅର୍ପିତା ମୁଖାର୍ଜୀ ଇଡି ନିକଟରେ ସ୍ବୀକାର କରିଛନ୍ତି ଯେ, ତାଙ୍କୁ ଏସବୁ ଟଙ୍କା ରଖିବାକୁ ବାଧ୍ୟ କରାଯାଇଥିଲା। ଏପରକି ଘରେ ଟଙ୍କା ରଖିବା ପାଇଁ ପାର୍ଥ ଚାଟାର୍ଜୀ ତାଙ୍କର ଜଣେ ସହଯୋଗୀଙ୍କ ସାହାଯ୍ୟ ନେଇଥିଲେ।ଇଡିର ଜଣେ ଅଧିକାରୀ କହିଛନ୍ତି, ଅର୍ପିତା ସ୍ବୀକାର କରିଛନ୍ତି ଯେ, ପାର୍ଥ ଚାଟାଜୀ ତାଙ୍କର ଟଲିଗଞ୍ଜ ଓ ବେଲଘାରିୟା ଦୁଇଟି ବାସଭବନକୁ ଗୋଟେ କିମ୍ବା ଦୁଇ ସପ୍ତାହ ଭିତରେ ଥରେ କିମ୍ବା ଦୁଇ ଥର ଆସୁଥିଲେ। ତାଙ୍କ ସହିତ ଏକ ଅଜଣା ବ୍ୟକ୍ତି ମଧ୍ୟ ଆସୁଥିଲେ। ଅଧିକାରୀମାନେ କହିଛନ୍ତି, ଅର୍ପିତା ଚାଟାର୍ଜୀ ଆଲମାରୀ ଖୋଲିବାକୁ କିମ୍ବା ସେହି ରୁମ୍କୁ ବାରମ୍ବାର ନଯିବାକୁ ନିର୍ଦେଶ ଦେଇଥିଲେ, ଯେଉଁଠାରୁ ନଗଦ ଟଙ୍କା ଜବତ କରିଥିଳେ। ଏହା ଜଣାପଡିଛି ଯେ, ଚାଟାର୍ଜୀ ମଧ୍ୟ ଅର୍ପିତାଙ୍କ ଘରକୁ ଯିବା ବେଳେ କିଛି ଅଜଣା ଲୋକଙ୍କ ସହିତ ବନ୍ଦ ରୁମ୍ରେ ବୈଠକ କରୁଥିଲେ।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା