ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନ

ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନ

ମେଟ୍ରୋ ଟିଭି ଓଡିଶା,୧୮/୧: ଆଜି ନାମାଙ୍କନର ଦ୍ୱିତୀୟ ଦିନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନ ଦାଖଲର ଆଜି ଦ୍ୱିତୀୟ ଦିନ।ଆଜି ବି ପଞ୍ଚାୟତ ବ୍ଲକ ଓ ଜିଲ୍ଲାପ।ଳ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ ହେବ । ପ୍ରଥମ ଦିନରେ ୮ହଜାର ୭୭୨ ପ୍ରାର୍ଥିପତ୍ର ଦାଖଲ ହୋଇଛି। ସେଥିରେ ରହିଛି ୨୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ୧୧ଶହ ୨୨ ସରପଞ୍ଚ ଓ ୫୧୨ ଜଣ ସମିତି ସଭ୍ୟ। ୨୧ ତାରିଖ ଯାଏ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଚାଲିବ ।

୨୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୨୫ ତାରିଖ ପ୍ରତ୍ୟାହାର ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ନିର୍ବାଚନ ପରିଚାଳନାରେ ୩୮ ଜଣ ଅବଜର୍ଭର ଓ ନିର୍ବାଚନୀ ଖର୍ଚ୍ଚର ତଦାରଖ ପାଇଁ ୩୪ ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ରହିବେ । ପଞ୍ଚାୟତ ନିର୍ବାଚନ ଅବଜର୍ଭରଙ୍କ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସେମାନଙ୍କ ସହ ଆଲୋଚନା କରିଥିଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।