ଆଜିଠୁ ହେବ ମନୋନୟନପତ୍ର ଯାଞ୍ଚ

ଆଜିଠୁ ହେବ ମନୋନୟନପତ୍ର ଯାଞ୍ଚ

ମେଟ୍ରୋ ଟିଭି ଓଡିଶା,୨୨/୧ : ସରିଲା ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲ । କାଲି ଶେଷ ଦିନରେ ବହୁ ପ୍ରାର୍ଥୀ ମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । କୋଭିଡ କଟକଣା ଭିତରେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ଦାଖଲ କରିଛନ୍ତି ପ୍ରାର୍ଥିପତ୍ର ।ଆଜିଠୁ କରାଯିବ ମନୋନୟନ ପତ୍ର ଯାଞ୍ଚ ।

ସୂଚନା ଅନୁସାରେ,ଜିଲ୍ଲା ପରିଷଦ ସଭ୍ୟ ପାଇଁ ମୋଟ ୩ ହଜାର ୯୯ ପ୍ରାର୍ଥିପତ୍ର , ସେହିଭଳି ସରପଞ୍ଚ ପାଇଁ ୩୪ ହଜାର ୬୧୩, ସମିତି ସଭ୍ୟ ପାଇଁ ୨୮ ହଜାର ୧୫୩ ପ୍ରାର୍ଥିପତ୍ର ଦାଖଲ ହୋଇଛି । ଓ୍ଵାର୍ଡମେମ୍ବର ଲାଗି ୧ ଲକ୍ଷ ୬୨ ହଜାର ୨୯୭ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଆସନ୍ତା ୨୫ ତାରିଖ ଅପରାହ୍ନ ୩ଟା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଜାରି ହେବା ସହ ପ୍ରାର୍ଥୀଙ୍କୁ ମିଳିବ ଚିହ୍ନ ।