୨ ବର୍ଷର ଜେଲ୍ ଦଣ୍ଡାଦେଶ ବିରୋଧରେ ସୁରତ କୋର୍ଟରେ ଚ୍ୟାଲେଞ୍ଜ କରିବେ ରାହୁଲ

ନୂଆଦିଲ୍ଲୀ: ରାହୁଲଙ୍କ ବେଳା ଏବେ ଭଲ ନାହିଁ । ତାଙ୍କ କଥାକୁ ନେଇ ବିରୋଧୀମାନେ ଅପରାଧିକ ମାମଲା ଦାୟର କରୁଥିବାରୁ କୋର୍ଟ ତାଙ୍କ ଉପରେ ବର୍ଷୁଛନ୍ତି । ବିନା ପ୍ରମାଣରେ ରାହୁଲ ଅନ୍ୟକୁ ଚୋର କହିବାରୁ ତାଙ୍କୁ କୋର୍ଟ ଦଣ୍ଡ ଦେଇଛନ୍ତି । ତେବେ ଆଜି ୨ ବର୍ଷର ଜେଲ୍ ଦଣ୍ଡାଦେଶ ବିରୋଧରେ ସୁରତ କୋର୍ଟରେ ଚ୍ୟାଲେଞ୍ଜ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେପଟେ କୋର୍ଟକୁ ଯିବା ନେଇ କଂଗ୍ରେସକୁ କଟାକ୍ଷ କରିଛି ବିଜେପି । କହିଛି କଂଗ୍ରେସ ଦଳ ନାଟକବାଜୀ କରିବାକୁ ସୁରତ ଯାଉଛି । ସେପଟେ  ୩୦ ଦିନରେ ନିଜ ବିରୋଧରେ ଲାଗିଥିବା ଆବେଦନ କରିବାକୁ ସମୟ  ଦେଇଥିଲେ କୋର୍ଟ । ଯଦି କୋର୍ଟ ତାଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାନ୍ତି, ତେବେ ରାହୁଲ ପୁଣିଥରେ ତାଙ୍କ ଫେରିପାରନ୍ତି ।