୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ

ଅମରାବତୀ: ଦିନେ ଥିଲେ ମୁଖ୍ୟମନ୍ତ୍ରୀ । ଆଜି କିନ୍ତୁ ଜେଲ ହାଜତରେ ।  ୩୭୧ କୋଟି ଟଙ୍କାର ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବିଜୟୱାଡ଼ାର  ରାଜମୁନ୍ଦ୍ରୀ ଜେଲକୁ ନିଆଯାଇଛି।

ସୁପ୍ରିମକୋର୍ଟର ଆଇନଜୀବୀ ସିଦ୍ଧାର୍ଥ ଲୁଥ୍ରାଙ୍କ ସମେତ ଏକ ଆଇନଜୀବୀ ଦଳ ତାଙ୍କ ପ୍ରତିନିଧିତ୍ୱ କରିଥିଲେ । ଦୁର୍ନୀତି ନିବାରଣ ଆଇନ ପରିପ୍ରେକ୍ଷୀରେ ତାଙ୍କୁ ମିଥ୍ୟା ଭାବେ ଫସାଇ ଦିଆଯାଇଛି ଏବଂ ଆଇନଗତ ବୈଷୟିକ ତ୍ରୁଟି ଦର୍ଶାଇ ସେ ଅଦାଲତଙ୍କୁ କହିଛନ୍ତି ଯେ କୌଣସି ଦୃଢ଼ ଅଭିଯୋଗ ନାହିଁ ଏବଂ ପ୍ରସିକ୍ୟୁସନ ଏଜେନ୍ସିର ରିମାଣ୍ଡ ରିପୋର୍ଟକୁ ଖାରଜ କରିବାକୁ ଅଦାଲତଙ୍କୁ ଅନୁରୋଧ କରିଛନ୍ତି ।