ଲଗାଣ ବର୍ଷା ଯୋଗୁ ହିମାଚଳ ପ୍ରଦେଶରେ ଭୂସ୍ଖଳନ ଏବଂ ହଠାତ୍ ଆସିଥିବା ବନ୍ୟା କାରଣରୁ ୨୧୩ଟି ସଡ଼କ ବନ୍ଦ ହୋଇପଡ଼ିଥିବା ନେଇ ରାଜ୍ୟ ବିପର୍ଯ୍ୟୟ ଓ ପରିଚାଳନା ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଶିମଲା ଜିଲାର ୮୯, ସିରମୌରର ୪୨, ମଣ୍ଡିର ୩୭, କୁଲ୍ଲୁର ୨୬, କାଙ୍ଗଡ଼ାର ୬ ସଡ଼କ ବନ୍ଦ ରହିଛି। ସେହିପରି ରାଜ୍ୟର ୨୧୮ଟି ବିଦ୍ୟୁତ ଓ ୧୩୧ଟି ଜଳ ଯୋଗାଣ ଯୋଜନା ପ୍ରଭାବିତ ହୋଇଛି। ସୋମବାର ନିଗୁଲସାରୀରେ ଭୂସ୍ଖଳନ ଘଟିବା ପରେ କିନ୍ନୋର ଜିଲା ଶିମଲା ଜିଲାରୁ ବିଚ୍ଛିନ୍ନ ହୋଇଛି। ଆସନ୍ତା ୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଜାରି କରିଛି।
Trending
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
- ଆସନ୍ତା ୧୧ ତାରିଖରେ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
- ମୁଖ୍ୟମନ୍ତ୍ରୀ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି : ଭକ୍ତ
- ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ : ମୁଖ୍ୟମନ୍ତ୍ରୀ
- ନଭି ମୁମ୍ବାଇ ଏୟାରପୋର୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା
- ଆଜି ରାଜ୍ୟବ୍ୟାପୀ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ
- କଟକରେ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା
- ବିଳାସପୁରରେ ଭୂସ୍ଖଳନ ଯୋଗୁଁ ୧୮ ମୃତ , ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
Prev Post
Next Post