ସିକ୍କିମରେ ବଡ ଧରଣର ସଡକ ଦୁର୍ଘଟଣା । 700 ଫୁଟ ତଳକୁ ଖସିଲା ସେନାଗାଡି । ଅକାଳରେ ଚାଲିଗଲା 4 ଯବାନଙ୍କ ଜୀବନ । ଗୁରୁବାର ପାକୟୋଙ୍ଗରେ ଏହି ଦୁର୍ଘଟଣା ହୋଇଥିବା ବେଳେ ବର୍ତ୍ତମାନ ସେମାନଙ୍କର ପରିଚୟ ମିଳିଛି । ପଶ୍ଚିମବଙ୍ଗର ପେଡୋଙ୍ଗରୁ ଜୁଲୁକ ଯାଉଥିବା ବେଳେ ସେନାଗାଡି ଘାଟିରୁ ତଳକୁ ଖସିପଡିଥିଲା ।ଏନେଇ ଜଣେ ଭାରତୀୟ ସେନା ଅଧିକାରୀ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପଶ୍ଚିମବଙ୍ଗର ପେଡୋଙ୍ଗରୁ ସିଲ୍କ ରାସ୍ତାରେ ଜୁଲୁକ ଯାଉଥିବା ବେଳେ ସେନାଗାଡି ଦୁର୍ଘଟଣାଗସ୍ତ ହୋଇଥିଲା । ଫଳରେ ଏହି ଦୁର୍ଘଟଣାରେ 4ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ମଧ୍ୟପ୍ରଦେଶର ଡ୍ରାଇଭର ପ୍ରଦୀପ ପଟେଲ, ମଣିପୁର ଶିଳ୍ପକାର ଡବ୍ଲୁ ପିଟର, ହରିୟାଣାର ନାୟକ ଗୁରସେବ ସିଂ ଏବଂ ତାମିଲନାଡୁର ସୁବେଦାର କେ ଥଙ୍ଗପଣ୍ଡି । ଡ୍ରାଇଭର ସମେତ ସମସ୍ତ ମୃତକ ସୈନକର୍ମୀ ପଶ୍ଚିମବଙ୍ଗର ବିନାଗୁରିରର ଏକ ୟୁନିଟର ରହିଥିଲେ । ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ସେନେଇ ସ୍ପଷ୍ଚ ସୂଚନା ମିଳିପାରି ନଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି ।
Trending
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
Prev Post
Next Post