ଆଜିଠାରୁ ଶସ୍ତାରେ ଏଲପିଜି ସିଲିଣ୍ଡର ପାଇପାରିବେ ଗ୍ରାହକ । ରାଜଧାନୀ ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଏବେ କମ୍ ମୂଲ୍ୟରେ ଗ୍ରାହକ ଏଲପିଜି ସିଲିଣ୍ଡର ପାଇବେ । ଗ୍ରାହକମାନଙ୍କ ପାଇଁ ଡିସେମ୍ବର ୨୨ ତାରିଖରୁ ସିଲିଣ୍ଡର ପିଛା ୩୯.୫୦ ଟଙ୍କା କମ୍ କରିଛନ୍ତି ସରକାର । ତେବେ ଆସନ୍ତୁ ଜାଣିବା କେଉଁଠି କେତେ ଟଙ୍କାରେ ମିଳିବ ଏଲପିଜି ଗ୍ୟାସ ସିଲିଣ୍ଡର ।ସୂଚନା ଅନୁସାରେ, ଏହି ରିହାତି କେବଳ ୧୯ କିଲୋ ବ୍ୟବସାୟିକ ସିଲିଣ୍ଡରରେ ପାଇପାରିବେ ଗ୍ରାହକ । କିନ୍ତୁ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ପାରିନାହିଁ । ମୂଲ୍ୟହ୍ରାସ ପରେ ଆଜିଠାରୁ ଦିଲ୍ଲୀରେ ଇଣ୍ଡେନ୍ କମର୍ସିଆଲ ସିଲିଣ୍ଡର ୧,୭୫୭ ଟଙ୍କାରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିବ । ଏହାପୂର୍ବରୁ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୭୯୬.୫୦ ଟଙ୍କା ରହିଥିଲା । କୋଲକାତାରେ ଏହି ସିଲିଣ୍ଡର ୧୯୦୮ଟଙ୍କାରୁ ୧୮୬୮.୫୦ ଟଙ୍କାକୁ ହ୍ରାସ ପାଇଛି । ସେହିପରି ମୁମ୍ବାଇ ସହରରେ ମଧ୍ୟ କାଲି ପର୍ଯ୍ୟନ୍ତ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ୧୭୪୯ ଟଙ୍କା ରହିଥିବା ବେଳେ ଆଜିଠାରୁ ଏହା ୧୭୧୦ ଟଙ୍କାରେ ବିକ୍ରି ହେବ । ଚେନ୍ନାଇରେ ମଧ୍ୟ ଆଜିଠାରୁ ଏଲପିଜି ସିଲିଣ୍ଡର ୩୯.୫୦ ଶସ୍ତା ହୋଇ ୧୯୨୯ ଟଙ୍କାରେ ପାଇପାରିବେ ଗ୍ରାହକ ।
Trending
- ୧୨ଟି ନୂଆ ଏନ୍ଏସି ପାଇଁ ଡ୍ରାଫ୍ଟ ନୋଟିସ୍ ଜାରି
- ମୋଦୀଙ୍କ ପାଖରେ କୌଣସି ନୂତନ ଚିନ୍ତାଧାରା ନାହିଁ ଏବଂ ଯୁବକମାନେ କେବଳ ଜୁମଲା ପାଉଛନ୍ତି, ଚାକିରି ନୁହେଁ – ରାହୁଲ ଗାନ୍ଧୀ
- ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ଯୁବକଙ୍କ ମୃତ୍ୟୁ
- ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀମାନଙ୍କୁ ଖୋଜି ବାହାର କରିବ ବିଜେପି ସରକାର
- ଆଜି ପବିତ୍ର ଜନ୍ମାଷ୍ଟମୀ,ମଧ୍ୟରାତ୍ରିରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହେବ
- ବିଜେପି ଶାସନକୁ ଆସିବା ପରେ ମେଟ୍ରୋ ପ୍ରକଳ୍ପ ଅନିଶ୍ଚିତତା ଭିତରେ ରହିଯାଇଛି – ଲେନିନ ମହାନ୍ତି
- ଓଡ଼ିଶା ହେବ ଫାର୍ମା ହବ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- “ଭାରତ ନିଷ୍ପତ୍ତି ନେଇଛି, ଆମେ ଆଉ ପରମାଣୁ ଧମକକୁ ସହ୍ୟ କରିବୁ ନାହିଁ – ମୋଦୀ
- ‘ଅପରେସନ ସିନ୍ଦୂର’କୁ ଆତଙ୍କବାଦ ବିରୋଧୀ ଲଢ଼େଇରେ ଏକ ଐତିହାସିକ ଉଦାହରଣ – ରାଷ୍ଟ୍ର୍ରପତି
- ଆଜି ଦେଶ ପାଳୁଛି ୭୯ତମ ସ୍ଵାଧୀନତା ଦିବସ,ଲାଲ କିଲ୍ଲାରେ ପତକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post