ଲଦାକର କୁନ ପର୍ବତରେ ହିମସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଭାରତୀୟ ସେନା । ଜଣେ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ଛଡା ୩ ଜଣ ଯବାନ ନିଖୋଜ ହୋଇଛନ୍ତି । ସେମାନଙ୍କୁ ଖୋଜା ଯାଉଛି । ସୂଚନା ଅନୁସାରେ ମୃତ ଜବାନଙ୍କ ଶବକୁ ଠାବ କରାଯାଇଛି । ବାକି ୩ ଜଣ ବରଫରେ ଫଶି ରହିଛନ୍ତି ସେମାନଙ୍କୁ ଖୋଜା ଯାଉଛି ।ସେନା ଦ୍ୱାରା ମିଳିଥିବା ସୂଚନା ଅନୁସାରେ ଲଦାକରେ ଭାରତୀୟ ସେନାକୁ ଆର୍ମି ୱିଙ୍ଗ ସହିତ ଜଡିତ ଲୋକ ମାଉଣ୍ଟ କୁନ ପାଖରେ ତାଲିମ ଦେଉଥିଲେ । ଏହି ସମୟରେ ହିମସ୍ଖଳନ ହେବାରୁ ପାଖାପାଖି ୪୦ ସେନା କର୍ମଚାରୀ ହିମସ୍ଖଳରେ ଫଶି ଯାଇଥିଲେ । ଏହା ଦ୍ୱାରା ୪ ଜଣ ସେନା କର୍ମଚାରୀ ବରଫରେ ଫଶି ଯାଇଛନ୍ତି ।
Trending
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post