ଜେଡିୟୁ ମୁଖ୍ୟ ନୀତୀଶ କୁମାର ଏନଡିଏରେ ସାମିଲ ହୋଇ ବିଜେପି ସହ ବିହାରରେ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ମୋଦୀଙ୍କୁ ଭେଟିଛନ୍ତି। ତେବେ ନୀତିଶଙ୍କ ସହ ଗତ ଜାନୁଆରି ୨୮ ତାରିଖରେ ବିହାର ମହାମେଣ୍ଟ ଛାଡିଥିବା ସମସ୍ତ ଜେଡିୟୁ ନେତା ତାଙ୍କର ଏହି ପ୍ରଥମ ଦିଲ୍ଲୀ ଗସ୍ତ ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ ବୋଲି ଜଣାପଡିଛି। ଏହା ପୂର୍ବରୁ ସୋମବାର ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି।ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେପିର ଶୀର୍ଷ ନେତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ବିହାର ରାଜ୍ୟସଭା ନିର୍ବାଚନ ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ବର୍ତ୍ତମାନ ରାଜ୍ୟରେ ୬ଟି ରାଜ୍ୟସଭା ଆସନ ଖାଲି ପଡ଼ିଛି। ଖାଲି ପଡ଼ିଥିବା ଏହି ଆସନ ଗୁଡ଼ିକ ପାଇଁ ଫେବ୍ରୁଆରି ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।
Trending
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
- ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ
- ଆସାମରେ ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ
- ପୁରୀରେ ଦ୍ୱିତୀୟ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନ ପାଇଁ ବିଜେପି କୃଷକ ମୋର୍ଚ୍ଚାର ଦାବି
- ୨୭ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମୋଦୀ
- ମୁଁ ବିଷ ପିଇଦେବି , କାହିଁକି ଏପରି କହିଲେ ମୋଦୀ
- ବିଜେଡି ଛାଡ଼ୁଛନ୍ତି ନେତା, ଆଗକୁ କିଏ
Prev Post
Next Post