ମୋଦିଙ୍କ ଜନ୍ମଦିନ ଅବସରରେ ଶୁଭାରମ୍ଭ ହେବ ‘ଆୟୁଷମାନ ଭବଃ’ ଯୋଜନା
ରାଜ୍ୟର ବିଭିନ୍ନ ସ୍ଥାନରେ 'ଆୟୁଷମାନ ଭବଃ' ଶିବିର ଅନୁଷ୍ଠିତ ହେବ
ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନ ଅବସରରେ ଦେଶରେ ଆରମ୍ଭ କରିବେ ‘ଆୟୁଷମାନ ଭବଃ’ ଯୋଜନା । ଯାହା ସାରା ଦେଶବାସୀମାନଙ୍କ ପାଇଁ ବଡ଼ ଖୁସିର ଖବର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ଆୟୁଷମାନ ଭବଃ’ ଯୋଜନାର ଶୁଭାରମ୍ଭ ହେବ। ଏହି ଯୋଜନାରେ ଦେଶର ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟ ସ୍କିମ୍ ମାଧ୍ୟମରେ ହିତାଧିକାରୀମାନେ ସୁବିଧା ପାଇପାରିବେ । ପ୍ରତ୍ୟେକ ରାଜ୍ୟର ବିଭିନ୍ନ ସ୍ଥାନରେ ‘ଆୟୁଷମାନ ଭବଃ’ ଶିବିର ଅନୁଷ୍ଠିତ ହେବ । ଏହି ଯୋଜନା କେତେକ ପର୍ଯ୍ୟାୟରେ ଲୋକମାନଙ୍କ ପାଖରେ ପହଞ୍ଚିବ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ ହଜାର ଲୋକଙ୍କୁ ଆୟୁଷମାନ ଭବଃ କାର୍ଡ ପ୍ରଦାନ କରାଯିବ । ଆଗାମୀ ଦିନରେ ଏହି ଯୋଜନାରେ ଅଧିକ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ପ୍ରୟାସ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ।