ମେଡ୍ ଇନ୍ ଚାଇନା ବିଶ୍ୱ ପାଇଁ ବିପଦ ବୋଲି କହିଲେ ରାହୁଲ ଗାନ୍ଧୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜର୍ମାନୀରେ କହିଛନ୍ତି ଯେ ଭାରତ ଏବଂ ପଶ୍ଚିମ ଦେଶମାନେ ଚୀନକୁ ଉତ୍ପାଦନ ସ୍ଥାନାନ୍ତର କରି ସେମାନଙ୍କର ଅର୍ଥନୀତି ଏବଂ ଚାକିରିକୁ କ୍ଷତି ପହଞ୍ଚାଇଛନ୍ତି। ସେ ଦାବି କରିଛନ୍ତି ଯେ “ମେଡ୍ ଇନ୍ ଚାଇନା” ଗଣତାନ୍ତ୍ରିକ ଦେଶଗୁଡ଼ିକରେ ନିଯୁକ୍ତି ସୃଷ୍ଟିକୁ ଦୁର୍ବଳ କରିଛି, ଯାହା ରାଜନୈତିକ ଅସ୍ଥିରତାକୁ ପ୍ରୋତ୍ସାହିତ କରିଛି ବୋଲି ସେ କହିଛନ୍ତି।ରାହୁଲ ଗାନ୍ଧୀଙ୍କ ଯୁକ୍ତି ହେଉଛି ଯେ, ଗଣତାନ୍ତ୍ରିକ ଦେଶଗୁଡ଼ିକ (ଭାରତ ଓ ପଶ୍ଚିମ ଦେଶ) ନିଜର ଉତ୍ପାଦନ (Manufacturing) କ୍ଷମତାକୁ ଚୀନ୍‌କୁ ହସ୍ତାନ୍ତର କରିଦେଇଛନ୍ତି। ଯେଉଁ ଚାକିରି ଭାରତ କିମ୍ବା ଆମେରିକାରେ ସୃଷ୍ଟି ହେବା କଥା, ତାହା ଚୀନ୍‌କୁ ଚାଲିଯାଇଛି।ରାହୁଲଙ୍କ ଦାବି ଅନୁସାରେ, ଉତ୍ପାଦନ କେନ୍ଦ୍ରଗୁଡ଼ିକ ଚୀନ୍‌କୁ ସ୍ଥାନାନ୍ତର ହେବା ଫଳରେ ଗଣତାନ୍ତ୍ରିକ ଦେଶଗୁଡ଼ିକରେ ନିଯୁକ୍ତି ସୁଯୋଗ କମିଛି। ଯେଉଁଥିପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି ଏବଂ ଏହା ହିଁ ଦେଶ ଦେଶ ମଧ୍ୟରେ ରାଜନୈତିକ ଅସ୍ଥିରତାର ମୁଖ୍ୟ କାରଣ ସାଜିଛି।

Leave a comment