ମୁମ୍ବାଇରେ ହାଇ ଆଲର୍ଟ
ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବା ଗୁଇନ୍ଦା ସୂଚନା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ପାର୍ବଣ ସମୟରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବା କେନ୍ଦ୍ରୀୟ ଏଜେନ୍ସୀ ସୂଚନା ଦେବା ପରେ ହାଇ ଆର୍ଲଟରେ ମୁମ୍ବାଇ । ଜନଗହଳିପୂର୍ଣ୍ଣ ଅଞ୍ଚଳ ଏବଂ ଧାର୍ମିକ ସ୍ଥଳ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।ମକଡ୍ରିଲ ପାଇଁ ପୋଲିସକୁ କୁହାଯାଇଛି । ନିଜ ନିଜ ଜୋନରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ପାଇଁ ସମସ୍ତ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର କ୍ରଫୋର୍ଡ ମାର୍କେଟରେ ପୋଲିସ ମକଡ୍ରିଲ ହୋଇଛି । ସବୁ ମନ୍ଦିର ଗୁଡ଼ିକରେ ସର୍ତକ ନଜର ରଖିବାକୁ କୁହାଯାଇଛି । କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖିଲେ ସଙ୍ଗେ ସଙ୍ଗେ ରିପୋର୍ଟ କରିବାକୁ କୁହାଯାଇଛି ।କେନ୍ଦ୍ରୀୟ ଏଜେନ୍ସୀ ଆତଙ୍କୀ ଆକ୍ରମଣ ହେବା ସୂଚନା ଦେବା ପରେ ମୁମ୍ବାଇ ପୋଲିସ ଆଲର୍ଟ ରହିଛି । ମୁମ୍ବାଇ ପୋଲିସ ସତର୍କ ହୋଇ ସୁରକ୍ଷା ବ୍ୟବସ୍ଥା ବଢାଇଛି । ସାର୍ବଜନିକ ଏବଂ ଧାର୍ମିକ ସ୍ଥାନରେ କଡା ନଜର ରଖିଛି ପୋଲିସ । ମାକେର୍ଟ ଅଞ୍ଚଳରେ ମକ ଡ୍ରିଲ କରିଛି । ଅଳକା ମାକେର୍ଟରେ ଦୁଇଟି ପ୍ରମୁଖ ଧାର୍ମିକ ସ୍ଥଳ ଉପରେ ପୋଲିସ ନଜର ରଖିଛି