ଭୂମିକମ୍ପରେ ଥରିଲା ଲଦାଖ
କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର କାରଗିଲ ଜେଲରେ ସୋମବାର ରାତି ୨.୩୫ ସୁଦ୍ଧା ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପ ତୀବ୍ରତା ୫.୨ ମାପ କରାଯାଇଛି । ଭୂମିକମ୍ପର କେନ୍ଦ୍ର କାରଗିଲ ଠାରୁ ୧୪୮ କିମି ଉତ୍ତର-ପଶ୍ଚିମ ଆଡକୁ ଥିଲା । ଭୂମିକମ୍ପର ଗଭୀରତା ଭୂପୃଷ୍ଠ ଠାରୁ ୧୦ କିମି ତଳେ ଥିଲା ।ନ୍ୟୁଜ ଏଜେନ୍ସି ପିଟିଆଇ ମୁତାବକ, ପୋଲିସ ତତ୍କାଳ କୌଣସି କ୍ଷୟକ୍ଷତି ହେବାର ସୂଚନା ଦେଇନାହାନ୍ତି । ଲଦାଖରେ ରବିବାର ରାତିରୁ ମଧ୍ୟବର୍ତ୍ତୀ ତୁଷାରପାତ ହୋଇଛି । ସ୍ଥାନୀୟ ମିଡିଆ ଅନୁଯାୟୀ, ଶ୍ରୀନଗରରେ ମଧ୍ୟ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି ।