ଭାରତ-ଚୀନ୍‌ ବିବାଦ

ଚୀନ୍‌ ସହ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ସ୍ଥିତି ସ୍ଥିର ରହିଛି କିନ୍ତୁ ଏହା ସ୍ବାଭାବିକ ହୋଇନାହିଁ। ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଆଜି ‘ଚାଣକ୍ୟ ଡିଫେନ୍ସ ଡାଏଲଗ୍‌’ରେ ଭାଷଣ ରଖିବା ସମୟରେ ଏହି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।  ଜେନେରାଲ ଦ୍ବିବେଦୀ କହିଛନ୍ତି, ବର୍ତ୍ତମାନ ବିଦେଶ ବ୍ୟାପାର ଅତ୍ୟନ୍ତ ସମ୍ବେଦନଶୀଳ ରହିଛି ଏବଂ ଭାରତ ଯେକୌଣସି ପ୍ରକାର ଜରୁରୀ ସ୍ଥିତି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସେ କହିଛନ୍ତି, ୨୦୨୦ ପୂର୍ବର ସ୍ଥିତିକୁ ଫେରାଇ ଆଣିବାପାଇଁ ଭାରତ ଲକ୍ଷ୍ୟ ରଖିଛି।ମେ’ ୨୦୨୦ରେ ଚୀନ୍‌ ସହ ସାମରିକ ବିବାଦ ଆରମ୍ଭ ହେବା ପୂର୍ବର ଯେଉଁଭଳି ସ୍ଥିତି ଥିଲା ତାହା ‌ଫେରାଇ ଆଣିବାପାଇଁ ଭାରତ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି।