ପଞ୍ଜାବରୁ ଅଲଗା ହୋଇ ଏକ ସ୍ବତନ୍ତ୍ର ରାଷ୍ଟ୍ର ଗଠନ ପାଇଁ ଖଲିସ୍ତାନୀମାନେ ଦାବିକରି ଆସୁଛନ୍ତି। ସେମାନଙ୍କୁ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ) ଅସ୍ତ୍ରଶସ୍ତ୍ର ଯୋଗାଇ ଭାରତରେ ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ଉସୁକାଉଛି। ଭାରତ ପରେ ସର୍ବାଧିକ ପଞ୍ଜାବୀ ବସବାସ କରୁଥିବା ଦେଶ ହେଉଛି କାନାଡା। ସେଠାରେ ଖଲିସ୍ଥାନୀମାନେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅନେକ ଦୃଷ୍ଟାନ୍ତ ରହିଛି, ଯାହାକୁ ଭାରତ ବିରୋଧ କରିଆସୁଛି। ସେପ୍ଟେମ୍ବର ୯, ୧୦ରେ ଅନୁଷ୍ଠିତ ଜି୨୦ ସମ୍ମିଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡା ପ୍ରତିପକ୍ଷ ଜଷ୍ଟିନ୍ ଟ୍ରୁଡୋଙ୍କ ଆଗରେ ଏହି ପ୍ରସଙ୍ଗ ଉଠାଇଥିଲେ। ଟ୍ରୁଡୋ କାନାଡା ଫେରିବାର ସପ୍ତାହେ ପରେ ତାଙ୍କର ଭାରତ ବିରୋଧୀ ଆଭିମୁଖ୍ୟ ପ୍ରତ୍ୟକ୍ଷ ଭାବେ ଦେଖିବାକୁ ମିଳିଛି। ଖଲିସ୍ତାନୀ ନେତା ହରଦୀପ୍ ସିଂ ନିଜାର ହତ୍ୟା ଘଟଣାରେ ଭାରତର ସମ୍ଭାବ୍ୟ ସମ୍ପୃକ୍ତି ଥିବା ଅଭିଯୋଗକରି କାନାଡା ସରକାର ସେଠାରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କୁ ମଙ୍ଗଳବାର ବହିଷ୍କାର କରିଛି। ଭାରତ ମଧ୍ୟ ଯେସାକୁ ତେସା ନୀତି ଆପଣାଇ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ସହ ୫ ଦିନ ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ କହିଛି। ଖଲିସ୍ତାନୀ ନେତାଙ୍କ ହତ୍ୟା ସହ ଭାରତ ସରକାରଙ୍କ ଏଜେଣ୍ଟ ସମ୍ପୃକ୍ତ ଥିବା ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଅଭିଯୋଗକୁ ନୂଆଦିଲ୍ଲୀ ଭିତ୍ତିହୀନ କହି ଖଣ୍ଡନ କରିଛି। ଟ୍ରୁଡୋ ପାର୍ଲାମେଣ୍ଟରେ ଉପରୋକ୍ତ ମନ୍ତବ୍ୟ ଦେବା ପରେ ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ୍ (ର) ଅଫିସର ପବନ କୁମାର ରାୟଙ୍କୁ ବହିଷ୍କାର କରାଯାଇଥିବା ତାଙ୍କ ବହିର୍ବ୍ୟାପାର ମନ୍ତ୍ରୀ ମେଲାନି ଜେଲି ଘୋଷଣା କରିଥିଲେ। ଏହାର କିଛି ଘଣ୍ଟା ପରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ନୂଆଦିଲ୍ଲୀରେ ଥିବା କାନାଡା ଉଚ୍ଚାୟୁକ୍ତ କାମେରନ ମାକେଙ୍କୁ ସମନ କରି ଜଣେ ବରିଷ୍ଠ କୂଟନୈତିକ ଅଧିକାରୀଙ୍କୁ ବହିଷ୍କାର କରାଗଲା ବୋଲି ଜଣାଇଦେଇଛି। ବହିଷ୍କୃତ ଅଫିସରଙ୍କ ନାଁ ମନ୍ତ୍ରଣାଳୟ ସ୍ପଷ୍ଟ ବହିଷ୍କୃତ ଅଫିସରଙ୍କ ନାଁ ମନ୍ତ୍ରଣାଳୟ ସ୍ପଷ୍ଟକରି ନ ଥିବାବେଳେ ନୂଆଦିଲ୍ଲୀରେ ଥିବା କାନାଡା ଗୋଇନ୍ଦା ସଂସ୍ଥାର ଷ୍ଟେଶନ ମୁଖ୍ୟ ଓଲିଭିଏର ସିଲ୍ଭେସ୍ତେରେଙ୍କୁ ବହିଷ୍କାର କରାଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି।ଭାରତର ଆଭ୍ୟନ୍ତରୀଣ ମାମଲାରେ କାନାଡା କୂଟନୀତିଜ୍ଞ ମୁଣ୍ଡ ପୂରାଇବା ସହ ଭାରତ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ନୂଆଦିଲ୍ଲୀର ଚିନ୍ତା ବଢ଼ୁଥିବା ଏଥିରୁ ପ୍ରତିଫଳିତ ହୋଇଛି। ଫଳରେ ଦୁଇଦେଶର କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ଟ୍ରୁଡୋ ଏବଂ ଜେଲିଙ୍କ ମନ୍ତବ୍ୟ ଉପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏଭଳି ଭିତ୍ତିହୀନ ଅଭିଯୋଗ ଆଣି କାନାଡାରେ ଆଶ୍ରୟ ନେଇ ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ସଂହତି ପ୍ରତି ବିପଦ ସୃଷ୍ଟି କରୁଥିବା ଖଲିସ୍ତାନୀ ଆତଙ୍କବାଦୀ ଏବଂ ଉଗ୍ରପନ୍ଥୀଙ୍କ ଉପରୁ ଧ୍ୟାନ ହଟାଇବାକୁ ସେମାନେ ଉଦ୍ୟମ କରୁଥିବା ନୂଆଦିଲ୍ଲୀ କହିଛି।
Trending
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍ଟ୍ୟାଗ ବାର୍ଷିକ ପାସ୍
Prev Post
Next Post