ବିଶ୍ୱ ଦେଖିବ ପରିଦର୍ଶନ ପଛର କାରଣ

ଚଳିତ ମାସ ମଧ୍ୟଭାଗରେ ପାକିସ୍ତାନ ଗସ୍ତ କରିବି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର  । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ଜୟଶଙ୍କରଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସରକାର ମୁଖ୍ୟଙ୍କ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେବାକୁ ଯାଆନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଥିବାରୁ ଗଣମାଧ୍ୟମ ପ୍ରତି ଅଧିକ ଆଗ୍ରହ ରହିବ ବୋଲି ସେ କହିଛନ୍ତି । ଇସଲାମାବାଦ ଗସ୍ତ ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଆଜି ସ୍ପଷ୍ଟ କରିଛନ୍ତି ଯେ ଏହି ଗସ୍ତରେ ଭାରତ-ପାକିସ୍ତାନ ସମ୍ପର୍କ ଉପରେ କୌଣସି ବାର୍ତ୍ତା କରିବେ ନାହିଁ  ।ରାଷ୍ଟ୍ରୀୟ ରାଜଧାନୀରେ ଏକ କାର୍ଯ୍ୟକ୍ରମରେ ଜୟଶଙ୍କର କହିଛନ୍ତି, ‘ଏହି ଗସ୍ତ ଏକ ବହୁପାକ୍ଷିକ କାର୍ଯ୍ୟକ୍ରମ ପାଇଁ ଅଟେ । ମୁଁ ସେଠାକୁ ଭାରତ-ପାକିସ୍ତାନ ସମ୍ପର୍କ ଉପରେ ଚର୍ଚ୍ଚା କରିବାକୁ ଯାଉ ନାହିଁ । ମୁଁ ସେଠାକୁ ଏସସିଓର ଭଲ ସଦସ୍ୟ ରୂପେ ଯାତ୍ରା କରିବି ।’ ସେ କହିଛନ୍ତି, ‘କିନ୍ତୁ, ଆପଣ ଜାଣିଛନ୍ତି, ମୁଁ ଜଣେ ବିନମ୍ର ଏବଂ ସଭ୍ୟ ବକ୍ତି, ଏଥିପାଇଁ ମୁଁ ସେହିପରି ହିଁ ବ୍ୟବହାର କରିବି ।ଚୀନ୍, ରୁଷିଆ ଏବଂ ମଧ୍ୟ ଏସୀୟ ଦେଶ ସହ ଅନେକ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଜୟଶଙ୍କରଙ୍କ ଉପସ୍ଥିତି ମଧ୍ୟ ଏହି ଆଞ୍ଚଳିକ ଫୋରମରେ ଭାରତର ଭୂମିକା ଏବଂ ପ୍ରଭାବକୁ ସୃଦୃଢ କରିବ। ୧୫ରୁ ୧୬ ଅକ୍ଟୋବର ଦୁଇ ଦିନ ଧରି ଏସସିଓ ର ସମ୍ମିଳନୀ ଅନୁଷ୍ଠିତ ହେବ ।