ବିରୋଧୀମାନେ ଏକଜୁଟ ହେଲେ ‘ବିଜେପି’ ହାରିବ : ନୀତୀଶ କୁମାର

ପୁର୍ଣ୍ଣିଆ: ବିରୋଧୀମାନଙ୍କୁ ଏକଜୁଟ କରି ‘ବିଜେପି’କୁ ଆସନଚ୍ୟୁତ କରିବା ପାଇଁ ଆହ୍ବାନ ଦେଇଛନ୍ତି ନୀତିଶ କୁମାର । ବିଜେପିକୁ ଶାସନରୁ ହଟାଇବା ତାଙ୍କର ଏକମାତ୍ର ଲକ୍ଷ୍ୟ। ଏହାକୁ ସାକାର କରିବା ପାଇଁ ଉଦ୍ୟମ ଜାରି ରଖିବି। ସମଗ୍ର ଦେଶରୁ ‘ବିଜେପି’ ମୂଳପୋଛ ହେବା ଆବଶ୍ୟକ। କଂଗ୍ରେସ ସମତେ ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିଲେ ‘ବିଜେପି’କୁ ୧୦୦ ଆସନ ମଧ୍ୟରେ ସୀମିତ ରଖାଯାଇ ପାରିବ ବ‌ୋଲି ଶନିବାର ଦିନ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ପୁର୍ଣ୍ଣିଆରେ ‘ମହାଗଠବନ୍ଧନ’ ରାଲିରେ ଉଦ୍‌ବୋଧନ ଦେଇ ନୀତୀଶ ଏହା କହିଛନ୍ତି ।