ଗତକାଲି ମୁମ୍ବାଇ ପୁଲିସ ଇମେଲ ମାଧ୍ୟମରେ ବିମାନବନ୍ଦରକୁ ବୋମା ମାଡ଼ କରିବାର ଧମକ ଦିଆଯିବା ପରେ ଏପରି ପରିସ୍ଥିତି ସୃଷ୍ଟିହୋଇଥିଲା। ମୁମ୍ବାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ଟର୍ମିନାଲ-୨କୁ ବୋମାମାଡ଼ କରି ଉଡ଼ାଇଦେବାର ଧମକ ଦେଇଛି ଦୁର୍ବୃତ୍ତ ଜଣକ । ତୁରନ୍ତ ତାଙ୍କୁ ୧ ମିଲିଅନ ଡଲାର ବା ୧୦ ଲକ୍ଷ ଡଲାର ଦିଆ ନଗଲେ ଦୁର୍ବୃତ୍ତ ଜଣକ ଏପରି କରିବାକୁ ଧମକ ଦେଇଛନ୍ତି ।ପୁଲିସ ର ସୂଚନା ଅନୁଯାୟୀ, ଗୁରୁବାର ଦିନ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୨ କୁ ବୋମା ଦେବାର ଧମକ ଦେଇ ଏକ ଇମେଲ ଆସିଛି। ଇମେଲ ପଠାଇଥିବା ବ୍ୟକ୍ତିଜଣକ ମୁମ୍ବାଇ ବିମାନବନ୍ଦରରେ ବିସ୍ଫୋରଣ କରିବାକୁ ଧମକ ଦେଇଛନ୍ତି । ତେବେ ଏହାକୁ ଅଟକାଇବା ପାଇଁ ୪୮ ଘଣ୍ଟା ମଧ୍ୟରେ ବିଟକଏନ ଆକାରରେ ୧ ମିଲିୟନ ଆମେରିକୀୟ ଡଲାର (୧ ମିଲିୟନ ଡଲାର) ଦାବି କରିଛନ୍ତି । ଗୁରୁବାର ଦିନ ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (MIAL)ର ଫିଡବ୍ୟାକ୍ ଇନବକ୍ସକୁ ଏହି ମେଲ ପଠାଯାଇଛି।ଏହି ମେଲରେ ଲେଖାଯାଇଛି: ‘ବିଷୟ: ବିସ୍ଫୋରଣ।’ । ମେଲର ଟେକ୍ସଟରେ ଲେଖାଯାଇଛି- ଏହା ବିମାନ ବନ୍ଦର ପାଇଁ ଶେଷ ଚେତାବନୀ । ଯଦି ବିଟକଏନ ଆକାରରେ ଏକ ମିଲିୟନ ଡଲାର ଦିଆଯାଇଥିବା ଠିକଣାରେ ପଠାନଯାଏ ତେବେ ଆମେ ୪୮ ଘଣ୍ଟା ମଧ୍ୟରେ ଟର୍ମିନାଲ ୨ କୁ ବୋମାମାଡ଼ କରି ଉଡ଼ାଇଦେବୁ । ୨୪ ଘଣ୍ଟା ପରେ ଆମେ ଏ ନେଇ ଆଉ ଏକ ଚେତାବନୀ ଦେବୁ ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post