ପ୍ରବୀଣ ସୁଦ୍‌ ହେବେ ସିବିଆଇ ନିର୍ଦ୍ଦେଶକ

ନୂଆଦିଲ୍ଲୀ:  ଚର୍ଚାରେ ଥିବା ପ୍ରବୀଣ ସୁଦ୍  ସିବିଆଇ ନିର୍ଦ୍ଦେଶକ ହେବେ ।  କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ୍‌  ଆସନ୍ତା ଦୁଇ ବର୍ଷ ପାଇଁ କାର୍ଯ୍ୟଭାର ସମ୍ଭାଳିବେ  ।  ସିବିଆଇ ନିର୍ଦ୍ଦେଶକ ଥିବା ସୁବୋଧ କୁମାର ଜୈଶଓ୍ୱାଲ ଆସନ୍ତା ୨୫ ତାରିଖରେ ଅବସର ନେବେ । ତାପରେ ଦାୟିତ୍ୱ ନେବେ ପ୍ରବୀଣ ସୁଦ୍‌ । ନିର୍ବାଚନ ସରିଥିବା ବେଳେ ତାଙ୍କୁ ମଧ୍ୟ ଭଲ ଦାୟିତ୍ବ ମିଳିଛି । କଂଗ୍ରେସ ତାଙ୍କ ନାମରେ ଅଭିଯୋଗ ଆଣିଥିଲା ସେ ବିଜେପି ପାଇଁ କାମ କରୁଛନ୍ତି । ତେବେ ନିର୍ବାଚନ ସରିବା ପରେ ପ୍ରବୀଣ ସିବିଆଇର ପ୍ରମୁଖ ପଦ ସମ୍ଭାଳିବେ ।