ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଓ ପାକିସ୍ତାନର ଲକ୍ଷ୍ୟ ମଧ୍ୟରେ ପାର୍ଥକ୍ୟ ପ୍ରକାଶ କରି କହିଛନ୍ତି ଯେ ବିଭାଜନ ପରଠାରୁ ପାକିସ୍ତାନର ଏକମାତ୍ର ଲକ୍ଷ୍ୟ ହେଉଛି ଭାରତ ସହ ଶତ୍ରୁତା, ଭାରତକୁ ଘୃଣା କରିବା ଏବଂ ଆମର ପ୍ରଗତିକୁ ଅଟକାଇବାକୁ ଚେଷ୍ଟା କରିବା। କିନ୍ତୁ ଆମର କେବଳ ଗୋଟିଏ ଲକ୍ଷ୍ୟ ରହିଛି- ଆଗକୁ ବଢ଼ିବା, ଦାରିଦ୍ର୍ୟ ଦୂରୀକରଣ କରିବା ଏବଂ ଏକ ବିକଶିତ ଭାରତ ଗଠନ କରିବା। ପ୍ରକୃତରେ ବିକଶିତ ଭାରତ ସେତେବେଳେ ସମ୍ଭବ, ଯେତେବେଳେ ଆମର ସଶସ୍ତ୍ର ବାହିନୀ ଶକ୍ତିଶାଳୀ ହେବ ଏବଂ ଆମର ଅର୍ଥନୀତି ମଧ୍ୟ। ଆମେ ସେହି ଦିଗରେ ନିରନ୍ତର ପୂର୍ଣ୍ଣ ନିଷ୍ଠା ଓ ସଂକଳ୍ପ ସହିତ କାର୍ଯ୍ୟ କରୁଛୁ ବୋଲି ଦାହୋଦରେ ସମ୍ବୋଧିତ କରି ମୋଦୀ କହିଛନ୍ତି। ପହଲଗାମରେ ଘଟିଥିବା ଦୁଃଖଦ ଘଟଣାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆତଙ୍କବାଦୀମାନେ ୧୪୦ କୋଟି ଭାରତୀୟଙ୍କୁ ଚ୍ୟାଲେଞ୍ଜ କରିଥିଲେ। ମୁଁ ସୁରକ୍ଷା ବାହିନୀକୁ ସ୍ବାଧୀନତା ଦେଇଥିଲି। ଅନେକ ଦଶନ୍ଧି ଧରି ବିଶ୍ୱ ଯାହା ଦେଖି ନ ଥିଲା ତାହା ଆମ ବୀରମାନେ କରି ଦେଖାଇଛନ୍ତି। ଆମେ ୯ଟି ଆତଙ୍କବାଦୀ ଶିବିର ଉପରେ ଚଢ଼ଉ କରି ୨୨ ମିନିଟ୍ରେ ସେଗୁଡ଼ିକୁ ମାଟିରେ ମିଶାଇ ଦେଇଥିଲୁ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post