ଦୁଇ ଦିନିଆ ଭିଏତନାମା ଗସ୍ତରେ ମୋଦି
ଲାଓସରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଲାଓସରେ ପହଂଚିବାପରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ କରାଯାଇଥିଲା । ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି 21ତମ ଆସିଆନ ସମିଟ ସହ ଇଷ୍ଟ ଏସିଆ ସମିଟରେ ସାମିଲ ହେବେ । ସମ୍ମିଳନୀରେ ସାମିଲ ହେବାକୁ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ ଲାଓସ ପ୍ରଧାନମନ୍ତ୍ରୀ ସୋନେକ୍ସାୟ ସିମ୍ଫାନଡନ । ଆଜି ଲାଓସ ପିଏମଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଚଳିତବର୍ଷ ଆସିଆନ ସମିଟିର ଅଧ୍ୟକ୍ଷତା କରୁଛି ଲାଓସ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ଜୁଲାଇରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଲାଓସ ଗସ୍ତ କରିଥିଲେ ।