ଦିଲ୍ଲୀରେ ଡେଙ୍ଗୁ ଆତଙ୍କ

ଥରେ ଦିଲ୍ଲୀକୁ ଡେଙ୍ଗୁ ଫେରିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଚଳିତ ବର୍ଷ ରାଜଧାନୀରେ ଡେଙ୍ଗୁରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ଅନୁଯାୟୀ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଲୋକ ନାୟକ ହସ୍ପିଟାଲରେ ଘଟିଛି। ସେହିପରି  ଅନ୍ୟ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ସଫଦରଜଙ୍ଗ ହସ୍ପିଟାଲରେ ହୋଇଛି। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାର ନିୟନ୍ତ୍ରଣ ନ କଲେ ହୁଏତ ଆଗାମୀ ଦିନରେ ଏହା ମହାମାରୀର ରୂପ ନେବାର ଆଶଙ୍କା ରହିଥିବା ବିଶେଷଜ୍ଞ କହିଛନ୍ତି।