ଓଡ଼ିଶାରେ ଗଡ଼ିବାକୁ ଯାଉଛି ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ଆସନ୍ତା ୩୦ ତାରିଖ ସୁଦ୍ଧା ପୁରୀ- ରାଉରକେଲା ମଧ୍ୟରେ ଏହି ଅତ୍ୟାଧୁନିକ ଦ୍ରୁତଗାମୀ ଟ୍ରେନ୍ ଚାଲିବ। ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ପୁରୀ- ରାଉରକେଲା ମଧ୍ୟରେ ପରୀକ୍ଷାମୂଳକ ରନିଂ କରାଯିବ ବୋଲି ଜଣାପଡ଼ିଛି। ଆଜି ଚେନ୍ନାଇରୁ ବାହାରିଥିବା ୮ କୋଚ୍ ବିଶିଷ୍ଟ ବନ୍ଦେ ଭାରତ ଏକ୍ସପ୍ରେସ୍ ଖୋର୍ଦ୍ଧା ଡିଭିଜନ ଅନ୍ତର୍ଗତ ପୁରୀର ସାକ୍ଷୀଗୋପାଳରେ ପହଞ୍ଚିଛି। ପରୀକ୍ଷାମୂଳକ ରନିଂ ପାଇଁ ପ୍ରକାଶିତ ସାରଣୀ ଅନୁଯାୟୀ ୨୦୮୩୬ (ପୁରୀ-ରାଉରକେଲା) ବନ୍ଦେ ଭାରତ ଏକ୍ସପ୍ରେସ୍ ସକାଳ ପ୍ରାୟ ୫ଟାରେ ପୁରୀ ଷ୍ଟେସନ ଛାଡ଼ିବ। ୫ଟା ୪୨ ମିନିଟ୍ରେ ଖୋର୍ଦ୍ଧାରୋଡ୍, ୬ଟା ୪ ମିନିଟ୍ରେ ଭୁବନେଶ୍ବର, ୬ଟା ୩୪ ମିନିଟ୍ରେ କଟକ ଷ୍ଟେସନରେ ପହଞ୍ଚିବ। ସେମିତି ସକାଳ ୭ଟା ୨୪ ମିନିଟ୍ରେ ଢେଙ୍କାନାଳ, ୮ଟା ୧୪ ମିନିଟ୍ରେ ଅନୁଗୁଳ, ୧୦ଟା ୧୮ ମିନିଟ୍ରେ ସମ୍ବଲପୁର ସିଟି, ୧୧ଟା ୨୩ ମିନିଟ୍ରେ ଝାରସୁଗୁଡ଼ା, ଅପରାହ୍ନ ୧୨ଟା ୪୫ ମିନିଟ୍ରେ ରାଉରକେଲା ଷ୍ଟେସନରେ ପହଞ୍ଚିବ।
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Prev Post