କୌଟିଲ୍ୟ ଆର୍ଥିକ ସମାବେଶ
କୌଟିଲ୍ୟ ଆର୍ଥିକ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ସମାବେଶର ତୃତୀୟ ସଂସ୍କରଣ ଆଜିଠୁ ଆରମ୍ଭ ହୋଇ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷର ବୈଠକରେ ସବୁଜ ପରିବର୍ତ୍ତନର ଆର୍ଥିକପୋଷଣ, ଭୂ- ଆର୍ଥିକ ବିଖଣ୍ଡନ ଏବଂ ଅଭିବୃଦ୍ଧି ପାଇଁ ଆଶା, ଅନ୍ୟମାନଙ୍କ ମଧ୍ୟରେ ନମନୀୟତା ବଜାୟ ରଖିବାକୁ ନୀତି ନିର୍ଦ୍ଧାରଣ ପ୍ରସ୍ତୁତି ବାବଦରେ ଆଲୋଚନା କରାଯିବ। ଭାରତୀୟ ଅର୍ଥନୀତି ଏବଂ ବୈଶ୍ବିକ ଦକ୍ଷିଣ ଅର୍ଥବ୍ୟବସ୍ଥା ମଧ୍ୟରେ ଦେଖାଦେଇଥିବା ବିଭିନ୍ନ ଚାଲେଞ୍ଜ ବାବଦରେ ଉଭୟ ଭାରତୀୟ ଓ ଆନ୍ତର୍ଜାତିକ ସ୍କଲାର ଏବଂ ନୀତି ନିର୍ଦ୍ଧାରକମାନେ ଆଲୋଚନା କରିବେ । ସମାବେଶରେ ସମଗ୍ର ବିଶ୍ବରୁ ବକ୍ତାମାନେ ଯୋଗ ଦେବେ। କୌଟିଲ୍ୟ ଆର୍ଥିକ ସମାବେଶ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଓ ଇନଷ୍ଟିଚ୍ୟୁଟ ଅଫ ଇକୋନୋମିକ ଗ୍ରୋଥ୍ ସହଭାଗିତାରେ ଆୟୋଜିତ ହେଉଛି।