ଏୟାରଲାଇନ୍ସ ସର୍ଭର ୬ ଘଣ୍ଟା ଡାଉନ୍
ବିମାନ ବନ୍ଦରଗୁଡ଼ିକରେ ଚେକ୍-ଇନ୍ କାଉଣ୍ଟର ଗୁଡ଼ିକରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ। ସମସ୍ୟା ସାମ୍ନାକୁ ଆସିବା ପ୍ରାୟ ଘଣ୍ଟାଏ ପରେ ଏୟାରଲାଇନ୍ କର୍ତ୍ତୃପକ୍ଷ ଏହାକୁ ସ୍ବୀକାର କରିଥିଲେ। ନେଟୱର୍କ ବ୍ୟବସ୍ଥାରେ ସାମୟିକ ମନ୍ଥରତା ପରିଲକ୍ଷିତ ହୋଇଛି ବୋଲି କୁହାଯାଇଥିଲା। ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିପାରେ ଏବଂ ଧାଡ଼ିରେ ଅଧିକ ସମୟ ଛିଡ଼ା ହେବାକୁ ପଡ଼ିପାରେ ବୋଲି ଇଣ୍ଡିଗୋ ସତର୍କ କରାଇ ଥିଲା। ଏଥିଯୋଗୁ କମ୍ପାନିର ୱେବସାଇଟ୍ ଏବଂ ବୁକିଂ ବ୍ୟବସ୍ଥା ପ୍ରଭାବିତ ହୋଇଛି। କର୍ମଚାରୀମାନେ ବିମାନ ବନ୍ଦରରେ ଯାତ୍ରୀଙ୍କୁ ସହଯୋଗ କରିବା ପାଇଁ ଉପସ୍ଥିତ ରହିଛନ୍ତି। ଯଥାଶୀଘ୍ର ବ୍ୟବସ୍ଥାରେ ସ୍ବାଭାବିକତା ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି ବୋଲି ଇଣ୍ଡିଗୋ କହିଥିଲା। ଅସୁବିଧା ପାଇଁ କମ୍ପାନି ଦୁଃଖ ପ୍ରକାଶ ମଧ୍ୟ କରିଥିଲା।