ଉତ୍ତରକାଶୀରେ ଟନେଲରୁ ସମସ୍ତଙ୍କୁ ଉଦ୍ଧାର କରାଯିବା ସମ୍ଭାବନା
ଉତ୍ତରକାଶୀ: ଉତ୍ତରକାଶୀରେ ଟନେଲ ଧସିବା ଘଟଣାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଆଜି ସମସ୍ତଙ୍କୁ ଉଦ୍ଧାର କରାଯିବ । ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବା ଲାଗି ଏକ ଏସ୍କେପ ପାସେଜ ତିଆରି ହୋଇଛି । ଏହାର ଦୂରତା ପ୍ରାୟ ୬୦ ମିଟର । ୨୦ ମିଟରର ସ୍ଲାବକୁ ବାହାର କରାଯାଇଛି । ପାସେଜର ଆଉ ୩୫ ମିଟର ରାସ୍ତା ବାକି ରହିଛି । ଶ୍ରମିକଙ୍କ ନିକଟରେ ମେଡିସିନ, ବିଦ୍ୟୁତ, ଖାଦ୍ୟ, ପାନୀୟ ଓ ଅମ୍ଳଜାନ ସଫଳତାର ସହ ପହଞ୍ଚାଯାଉଛି । ଓ୍ବାଇଫାଇ ଜରିଆରେ ସେମାନଙ୍କ ସହ ଯୋଗାଯୋଗ ଜାରି ରହିଛି । ଟନେଲ ହେଉଥିବା ଅଞ୍ଚଳରେ ଭୂସ୍ଖଳନ ହେବା ଯୋଗୁ ଟନେଲ ଭିତର ଧସିଥିଲା ବୋଲି କୁହାଯାଇଛି । ବାରମ୍ବାର ମାଟି ଧସିବା ଯୋଗୁ ଉଦ୍ଧାର ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି ।