ଗାଜାରେ ଅଟକି ଥିବା ବିଦେଶୀ ନାଗରିକମାନେ ବୁଧବାର ଗାଜାର ଦକ୍ଷିଣ ସୀମା ସଂଲଗ୍ନ ଇଜିପ୍ଟର ରାଫା ସୀମାନ୍ତ ଫାଟକ ଦେଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିଶେଷ କରି ଯେଉଁମାନଙ୍କର ପାସପୋର୍ଟ ରହିଛି ସେହିମାନଙ୍କୁ ଗାଜା ଛାଡ଼ିବାର ସୁଯୋଗ ମିଳିଛି; ତେବେ କେତେ ବିଦେଶୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେମାନଙ୍କ ସଂଖ୍ୟା ପ୍ରାୟ ୪୦୦ ବୋଲି ଜଣାପଡ଼ିଛି। ଗାଜାରେ ୪୪ଟି ଦେଶର ପାସପୋର୍ଟଧାରୀ ନାଗରିକ ଓ ଜାତିସଂଘ ସହ ୨୮ଟି ସଂଗଠନର ସଦସ୍ୟ ତଥା କର୍ମଚାରୀ ଅବସ୍ଥାନ କରୁଥିବା ପ୍ରକାଶ। ଅକ୍ଟୋବର ୭ ପରେ ପ୍ରଥମ ଥର ଇଜିପ୍ଟ ରାଫା ସୀମାନ୍ତ ଫାଟକ ଖୋଲିବାରୁ ଏହା ସମ୍ଭବ ହୋଇଛି। ଅପରପକ୍ଷରେ ଇଜିପ୍ଟରୁ ରାଫା ଫାଟକ ଦେଇ ୨୦୦ ରିଲିଫ୍ ସାମଗ୍ରୀ ଥିବା ଟ୍ରକ୍ ଗାଜାକୁ ପ୍ରବେଶ କରିଛି। ଏହା ବ୍ୟତୀତ କୌଣସି ବ୍ୟକ୍ତିଙ୍କୁ ଫାଟକ ଅତିକ୍ରମ କରିବାର ସୁଯୋଗ ମିଳିନାହିଁ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post