ଆସାମରେ ଭୂକମ୍ପର ଝଟକା

ଭୂକମ୍ପର ତୀବ୍ରତା ୩.୧ 

ଗତକାଲି ଆସାମର ଧୁବରୀ ଜିଲ୍ଲାରେ ଭୂକମ୍ପ ଅନୁଭୁତ ହୋଇଛି । ଏଠାରେ ଭୂକମ୍ପର ତୀବ୍ରତା ୩.୧ ଥିଲା । ନେସନାଲ ସେଣ୍ଟର ଫର ସିସମୋଲୋଜି କହିଛି ଏହି ଭୂକମ୍ପସକାଳ ୩.୧ରେ ୧୭ କିଲୋମିଟର ଗଭୀରତା ଭିତରେ ଆସିଥିଲା । ଏହା ପୂର୍ବରୁ ଶନିବାର ସନ୍ଧ୍ୟାରେ ପାଖାପାଖି ୬ଟା ବେଳେ ମଧ୍ୟପ୍ରଦେଶର ଶିବନି ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୁତ ହୋଇଥିଲା । ଏହାର ତୀବ୍ରତା ୧.୮ ମପା ଯାଇଥିଲା । ଏହା ପୂର୍ବରୁ ଶୁକ୍ରବାର ଦିନ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହା ସନ୍ଧ୍ୟା ୬ଟା ୪୭ ମିନିଟରେ ଭୂକମ୍ପ ହୋଇଥିଲା । ଏହାର ତୀବ୍ରତା ୨.୯ ଥିଲା । ସେପ୍ଟେମ୍ବର ମାସରେ ହିମାଞ୍ଚଳପ୍ରଦେଶରେ ମଣ୍ଡିରେ ଭୂକମ୍ପ ଅନୁଭୂତ ହୋଇଥିଲା ।