ଆସନ୍ତାକାଲି ରାମ୍ନାଗଡ଼ ଓ ବେଙ୍ଗାଲୁରୁ ବନ୍ଦ ରହିବ । ରାମ୍ନାଗଡ଼ର କୃଷକ ଓ ପ୍ରୋ-କନ୍ନଡ଼ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏଥିପାଇଁ ଗତ ରବିବାର ଦିନ ରାମ୍ନାଗଡ଼ ରଇଥା ଭବନ ଠାରେ ଏକ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅନେକ ସଂଗଠନ, ବ୍ୟବସାୟୀ ସଂଘ, ହୋଟେଲ ମାଲିକ ସଂଘ, ଓକିଲ ସଂଘ, ଅଟୋ ଡ୍ରାଇଭର ସଂଘ ଯୋଗଦେଇଥିବା ବେଳେ ରାମ୍ନାଗଡ଼, ଛନ୍ନାପାଟଣା, ବିଦାଦି ସହର ସମ୍ପୂର୍ଣ୍ଣ ବନ୍ଦ ନେଇ ସେମାନେ ସମର୍ଥନ ଜଣାଇଥିଲେ ।ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ଏହି ଅବସରରେ ମେଡିକାଲ, ହସ୍ପିଟାଲ, କ୍ଷୀର ଦୋକାନ, ସିଲକ ମାର୍କେଟକୁ ଛାଡ଼ି ଅନ୍ୟ ସମସ୍ତ ସେବା ବନ୍ଦ ରହିବ ।ସେପ୍ଟେମ୍ବର ୨୯ ତାରିଖରେ ସାରା କର୍ଣ୍ଣାଟକ ବନ୍ଦ ରହିବ । ପ୍ରୋ-କନ୍ନଡ଼ କାର୍ଯ୍ୟକର୍ତ୍ତା ଭାଟଲ ନାଗରାଜ ଏନେଇ ଘୋଷଣା କରିଛନ୍ତି । କନ୍ନଡ଼ ସଂଘ ଦ୍ୱାରା ଏହି ବନ୍ଦ ଡାକରା ଦିଆଯାଇଛି ।
Trending
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
- ହଜାର ବର୍ଷର କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ: ମୁଖ୍ୟମନ୍ତ୍ରୀ
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର