ଜାମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁରେ ମୃତ୍ୟୁ ଘଟିଥିବା ଆତଙ୍କବାଦୀଙ୍କ ପାଖରେ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ମିଳିଛି । ଯବାନମାନଙ୍କ ଦ୍ୱାରା ଆତଙ୍କବାଦୀମାନଙ୍କ ପାଖରୁ ଅଷ୍ଟ୍ରିଆରେ ତିଆରି ହୋଇଥିବା ଷ୍ଟେୟର ଏୟୁସି ଆସଲ୍ଟ ରାଇଫଲ ଉଦ୍ଧାର କରାଯାଇଛି । ଷ୍ଟେୟର ଏୟୁସି ଅସଲ୍ଟ ରାଇଫଲ ଉଦ୍ଧାର ହେବାରେ ସୁରକ୍ଷା ଏଜେନ୍ସିମାନେ ଚିନ୍ତିତ ଅଛନ୍ତି ।ସୂଚନାନୁଯାୟୀ, ନିହତ ହୋଇଥିବା ଆତଙ୍କବାଦୀମାନଙ୍କ ପାଖରୁ ଅସ୍ତ୍ର ଏବଂ ଗୋଳା-ବାରୁଦ, ଯୁଦ୍ଧ ଭଳି ଜିନିଷ ଏବଂ ଏକ ପାକିସ୍ତାନୀ ପ୍ରମାଣପତ୍ର ଉଦ୍ଧାର କରାଯାଇଛି । ଆତଙ୍କବାଦୀ ପ୍ରଥମେ ଆମେରିକା ନିର୍ମିତ ଏମ-୪ କାର୍ବାଇନ ରାଇଫଲର ଉପଯୋଗ କରୁଛି । ସୁରକ୍ଷାକର୍ମୀ ଜାମ୍ମୁ ଅଞ୍ଚଳ ଏବଂ କାଶ୍ମୀରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ଠାରେ ଏହାକୁ ଉଦ୍ଧାର ମଧ୍ୟ କରାଯାଇଛି ।ଷ୍ଟେୟର ଏୟୁଜିକୁ ଏକ ମଡ୍ୟୁଲାର ଅସ୍ତ୍ର ପ୍ରଣାଳୀ ଭାବେ ଡିଜାଇନ କରାଯାଇଛି, ଯାହାକୁ ଖୁବ ଶିଘ୍ର ଏକ ଆସଲ୍ଟ ରଇଫଲ, ଏକ କର୍ବାଇନ, ଏକ ସବମେସିନ ଗନ ଏବଂ ଏକ ଓପନ-ବୋଲ୍ଟ ଲାଇଟ ମେସିନ ଗନ ଭାବେ କନଫିଗୋର କରାଯାଇ ପାରିବ ।
Trending
- ନୂଆପଡ଼ା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
Prev Post