ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ ପାସ। ସଂସଦର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିବସରେ ଲୋକସଭାରେ ପାରିତ ହୋଇଛି ଏହି ମହିଳା ସଂରକ୍ଷଣ ବିଲ୍ । ଦିନ ତମାମ ବିତର୍କ ପରେ ଗତକାଲି ନାରୀ ଶକ୍ତି ବନ୍ଦନ ବିଧେୟକ ପାରିତ ହୋଇଛି । ବିଲ୍ ସପକ୍ଷରେ ୪୫୪ ଭୋଟ ପଡ଼ିଥିବା ବେଳେ ବିରୋଧରେ ମିଳିଥିଲା ମାତ୍ର ଦୁଇଟି ଭୋଟ୍ । ପ୍ରଥମ ଥର ପାଇଁ ମହିଳା ସଂରକ୍ଷିତ ବିଲ ଲୋକସଭାରେ ଆଗତ ହୋଇ ପାସ ହୋଇଛି। ଆଜି ରାଜ୍ୟସଭାରେ ବିତର୍କ ହେବ। ରାଜ୍ୟସଭାରେ ଅନୁମୋଦନ ପରେ ଏହାକୁ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପଠାଯିବ ।ଆବଶ୍ୟକ ଅନମୋଦନ ଲାଭ କରିବା ପରେ ଆଇନରେ ପରିଣତ ହେବ ବିଧେୟକ । ଲୋକସଭାରେ ବିଲ୍ ପାସ ହେବା ପରେ ଗୋଟିଏ ପାଦ ଆଗକୁ ବଢ଼ିଛି ସଂରକ୍ଷଣ ବ୍ୟବସ୍ଥା। ଏହି ବିଲ ଆଇନରେ ପରିଣତ ହୋଇ କାର୍ଯ୍ୟକାରୀ ହେଲେ ଲୋକସଭା ସବୁ ରାଜ୍ୟର ବିଧାନସଭା ଓ ଦିଲ୍ଲୀ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ଗତକାଲି ବିତର୍କରେ ପ୍ରାୟ ସବୁ ଦଳର ମହିଳା ସାଂସଦମାନେ ଭାଗ ନେଇଥିଲେ। ସରଗରମ ଚର୍ଚ୍ଚା ହୋଇଥିଲା । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ବିଲକୁ ସମର୍ଥନ ଘୋଷଣା କରିଥିଲେ । ତେବେ ବିଲ ଖୁବ ଶୀଘ୍ର ପାରିତ କରାଇ କାର୍ଯ୍ୟକାରୀ କରିବା ଏବଂ ଓବିସି, ଏସସି ଓ ଏସଟି ମହିଳାଙ୍କ ପାଇଁ କୋଟା ଦାବି କରିଥିଲେ। ପ୍ରାୟ ସବୁ ଦଳ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଥିଲେ ।
Trending
- କଟକରେ ବ୍ରିଜ ସ୍ଲାବ ଭୁଶୁଡ଼ିବା ଘଟଣାର ୩ଜଣିଆ କମିଟି ତଦନ୍ତ କରିବ – ଆଇନ ମନ୍ତ୍ରୀ
- କାଳବୈଶାଖୀ ପ୍ରଭାବରେ ଝଡ଼ତୋଫାନ,ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ
- ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ପ୍ରାୟ ବନ୍ଦ – ରିଜର୍ଭ ବ୍ୟାଙ୍କ
- କଟକର ଖାନ୍ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍ ଖସିପଡ଼ିବାରୁ ୩ ଶ୍ରମିକ ମୃତ , ଅନୁକମ୍ପା ରାଶି ଘୋଷଣା କଲେ ସରକାର
- ସରକାରର ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ଉଚ୍ଚସ୍ତରୀୟ ବୈଠକ
- ବରିଷ୍ଠ ଆଇପିଏସ୍ ସ୍ତରରେ ନୂଆ ନିଯୁକ୍ତି
- ଦିଲ୍ଲୀରେ ପ୍ରବଳ ବର୍ଷା , 4 ମୃତ
- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଜା ବ୍ୟାସଙ୍କର ପରଲୋକ
- KIIT ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା
- ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ
Prev Post
Next Post