ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ ପାସ। ସଂସଦର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିବସରେ ଲୋକସଭାରେ ପାରିତ ହୋଇଛି ଏହି ମହିଳା ସଂରକ୍ଷଣ ବିଲ୍ । ଦିନ ତମାମ ବିତର୍କ ପରେ ଗତକାଲି ନାରୀ ଶକ୍ତି ବନ୍ଦନ ବିଧେୟକ ପାରିତ ହୋଇଛି । ବିଲ୍ ସପକ୍ଷରେ ୪୫୪ ଭୋଟ ପଡ଼ିଥିବା ବେଳେ ବିରୋଧରେ ମିଳିଥିଲା ମାତ୍ର ଦୁଇଟି ଭୋଟ୍ । ପ୍ରଥମ ଥର ପାଇଁ ମହିଳା ସଂରକ୍ଷିତ ବିଲ ଲୋକସଭାରେ ଆଗତ ହୋଇ ପାସ ହୋଇଛି। ଆଜି ରାଜ୍ୟସଭାରେ ବିତର୍କ ହେବ। ରାଜ୍ୟସଭାରେ ଅନୁମୋଦନ ପରେ ଏହାକୁ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପଠାଯିବ ।ଆବଶ୍ୟକ ଅନମୋଦନ ଲାଭ କରିବା ପରେ ଆଇନରେ ପରିଣତ ହେବ ବିଧେୟକ । ଲୋକସଭାରେ ବିଲ୍ ପାସ ହେବା ପରେ ଗୋଟିଏ ପାଦ ଆଗକୁ ବଢ଼ିଛି ସଂରକ୍ଷଣ ବ୍ୟବସ୍ଥା। ଏହି ବିଲ ଆଇନରେ ପରିଣତ ହୋଇ କାର୍ଯ୍ୟକାରୀ ହେଲେ ଲୋକସଭା ସବୁ ରାଜ୍ୟର ବିଧାନସଭା ଓ ଦିଲ୍ଲୀ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ଗତକାଲି ବିତର୍କରେ ପ୍ରାୟ ସବୁ ଦଳର ମହିଳା ସାଂସଦମାନେ ଭାଗ ନେଇଥିଲେ। ସରଗରମ ଚର୍ଚ୍ଚା ହୋଇଥିଲା । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ବିଲକୁ ସମର୍ଥନ ଘୋଷଣା କରିଥିଲେ । ତେବେ ବିଲ ଖୁବ ଶୀଘ୍ର ପାରିତ କରାଇ କାର୍ଯ୍ୟକାରୀ କରିବା ଏବଂ ଓବିସି, ଏସସି ଓ ଏସଟି ମହିଳାଙ୍କ ପାଇଁ କୋଟା ଦାବି କରିଥିଲେ। ପ୍ରାୟ ସବୁ ଦଳ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଥିଲେ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post