ଅପରାଧୀଙ୍କୁ ମାଟିରେ ମିଶାଇ ଦେବୁ : ଯୋଗୀ

ଯୋଗୀଙ୍କ ବଡ଼ ଘୋଷଣା: ୧୦୦ ଦିନରେ ମିଳିବ ୧୦ ହଜାର ସରକାରୀ ଚାକିରି

ବହୁଜନ ସମାଜବାଦୀ ପାର୍ଟିର ବିଧାୟକ ରାଜୁ ପଲଙ୍କ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପଲଙ୍କୁ ପ୍ରୟାଗରାଜରେ ଦୃର୍ବୃତ୍ତମାନେ ହତ୍ୟା କରିଛନ୍ତି ।  ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ବିଧାନସଭାରେ ହଟ୍ଟଗୋଳ ହୋଇଛି ।  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟିକୁ ମାଫିଆଙ୍କ ପୃଷ୍ଠପୋଷକତା ବୋଲି କହିଛନ୍ତି । ମାଫିଆଙ୍କୁ ଫୁଲମାଳ ଦେଇ ଭଲ ଲୋକି ଦେଖାଇ ହୁଅନାହିଁ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ । ଅପରାଧିମାନଙ୍କୁ ମାଟିରେ ମିଶାଇ ଦିଆଯିବ ବୋଲି କହିଛନ୍ତି ଯୋଗୀ। ଉମେଶ ପଲଙ୍କୁ ଶୁକ୍ରବାର ତାଙ୍କ ପ୍ରୟାଗରାଜସ୍ଥିତ ବାସଭବନରେ ଗୁଳିମାଡ଼ କରି ହତ୍ୟା କରାଯାଇଛି। ଏହି ସମୟରେ ଗୁଳିବିନିମୟ ଘଟି ତାଙ୍କୁ ମାରିବାକୁ ଆସିଥିବା ଜଣେ ବନ୍ଧୁକଧାରୀ ଗୁଳିମାଡ଼ରେ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ହସପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।

ରାଜୁ ପଲ ହତ୍ୟା ମାମଲାରେ ଅଟିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ତଥା ପୂର୍ବତନ ବିଧାୟକ ଆଶରଫ ଏହି ମୁଖ୍ୟ ଅଭିଯୁକ୍ତ ଅଛନ୍ତି। ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ଜେଲରେ ଅଛନ୍ତି। ପୁଲିସର ସୂଚନାନୁସାରେ, ଆକ୍ରମଣକାରୀମାନେ କ୍ରମାଗତ ଭାବରେ ଉମେଶ ପଲଙ୍କ କାରକୁ ପିଛା କରିଥିଲେ।   ମୁଖ୍ୟମନ୍ତ୍ରୀ କହିଛନ୍ତି, ତୁମେ ଅପରାଧୀମାନଙ୍କୁ ପ୍ରୋତ୍ସାହିତ କରୁଛ, ସେମାନଙ୍କୁ ଫୁଲମାଳ ସହିତ ସ୍ୱାଗତ କରୁଛ ଏବଂ ପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନାଟକ କରୁଛ । ଏପରି କରିବାକୁ ଆଉ ସୁଯୋଗ ଦିଆଯିବ ନାହିଁ ।