ଜି-୨୦ ସମ୍ମିଳନୀ: ୨୮ ଫୁଟ୍‌ ନଟରାଜ ମୂର୍ତ୍ତି

ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ଏକ ୨୮ ଫୁଟ୍‌ ଉଚ୍ଚ ନଟରାଜ ମୂର୍ତ୍ତି ସ୍ଥାପନ କରାଯାଇଛି। ନୃତ୍ୟର ଦେବତା ଭଗବାନ ଶିବ ଏବଂ ତାଙ୍କ ସୃଷ୍ଟି ଓ ଧ୍ବଂସଲୀଳାର ମହାଜାଗତିକ ଶକ୍ତିକୁ ଦର୍ଶାଉଥିବା ନଟରାଜ ମୂର୍ତ୍ତିକୁ ଦିଲ୍ଲୀର ଜି-୨୦ ସମାବେଶ ସ୍ଥଳ ‘ଭାରତ ମଣ୍ଡପମ୍‌’ରେ ପ୍ରତିଷ୍ଠା କରାଯିବା ପରେ ଏହା ଅତି ସୁନ୍ଦର ହୋଇଛି ।  ପ୍ରାୟ ୧୯ ଟନ୍‌ ଓଜନର ଏହି ପ୍ରତିମାଟି ସୁନା, ରୁପା, ସୀସା, ତମ୍ବା, ଟିଣ, ପାରଦ, ଲୁହା ଓ ଜିଙ୍କ ପରି ଅଷ୍ଟଧାତୁରେ ନିର୍ମିତ। ମୂର୍ତ୍ତିଟିର ମୂଳ ଉଚ୍ଚତା ୨୨ ଫୁଟ୍‌ ହୋଇଥିବା ବେଳେ ୬ ଫୁଟ ଉଚ୍ଚର ଏକ ଗାଦି ଉପରେ ରଖାଯାଇଛି ।