ଏବେ ଗୁଜରାଟ ମୁହାଁ ହେଉଛି ବାତ୍ୟା ବିପର୍ଯ୍ୟୟ

ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଇଛି ‘ବିପର୍ଯ୍ୟୟ’ । ଏବେ ଗୁଜରାଟ ମୁହାଁ ହେଉଛି ବାତ୍ୟା ବିପର୍ଯ୍ୟୟ । ଗୁରୁବାର ସଂଧ୍ୟାରେ ଗୁଜରାଟର କଚ୍ଚ ଓ ପାକିସ୍ଥାନର କରାଚି ଉପକୂଳରେ ମାଡ଼ ହେବା ସମ୍ଭାବନା ରହିଛି । ଗତ ୬ ଘଣ୍ଟା ହେଲା ଏହା ୧୨ କିଲୋମିଟର ବେଗରେ ଗତି କରୁଛି । ଏବେ ବିପର୍ଯ୍ୟୟ ପୋରବନ୍ଦରଠାରୁ ୩୦୦ କିଲୋମିଟର, ଦେବଭୂମି ଦ୍ୱାରିକାଠାରୁ ୨୮୦, ଜଖଉ ପୋର୍ଟରୁ ୩୧୦ ଓ କରାଚିଠାରୁ ୪୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ।ଆଜି ମଧ୍ୟ ରାତିରେ ଏହା ଉତର ଦିଗରେ ଗତି କରି ମୋଡ ବଦଳାଇବ । ଦିଗ ବଦଳାଇ ଉତର-ପୂର୍ବ ଦିିଗରେ ଗତି କରି ଗୁଜରାଟ ଓ ପାକିସ୍ତାନ ଉପକୂଳ ମୁହାଁ ହେବ । ଗୁରୁବାର ଗୁଜରାଟର ମାଣ୍ଡବି ଓ ପାକିସ୍ତାନର କରାଚି ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ଆଇଏମ୍ଡି ଡିଜି କହିଛନ୍ତି ଗୁରୁବାର ଦିନ ଗୁଜରାଟ ଜିଲ୍ଲାର ଦ୍ୱାରକା, ଜାମନଗର, କଚ୍ଛ ଓ ମୋର୍ବି ଜିଲ୍ଲାରେ ପବନ ହେବ ।