ଇସ୍ତଫା ଦେବେନି ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ

ବହୁ ବାଦ ବିବାଦ ପରେ ଇସ୍ତଫା ଦେବେନି ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ । ପ୍ରଥମରୁ ଇସ୍ତଫା ଦେବା ନେଇ ଚର୍ଚା ହେଉଥିଲା । ପରେ ସମର୍ଥକମାନେ ଏପରି ନକରିବାକୁ ଅନୁରୋଧ କରିଥିଲେ । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥାନ୍ତେ ଏନ୍. ବିରେନ ସିଂ । କିନ୍ତୁ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂଙ୍କ ଇସ୍ତଫାକୁ ବିରୋଧ କରିଥିଲେ ସମର୍ଥକ । ମୁଖ୍ୟମନ୍ତ୍ରୀଙ୍କଠାରୁ ଇସ୍ତଫା ପତ୍ର ଛଡ଼ାଇ ଆଣି ଚିରିଦେଲେ ସମର୍ଥକ । ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେବାକୁ ଯାଉଥିଲେ ବିରେନ ସିଂ । ଦିନ ୩ଟାରେ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଥିଲେ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ। ରାଜ୍ୟପାଳ ଅନସୂୟା ଉସକେଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଇସ୍ତଫା ପତ୍ର ଦେବେ ବୋଲି ଚର୍ଚ୍ଚା ହେଉଥିଲେ ।