ଦୁଷ୍କର୍ମ ଏବଂ ଯୌନ ଅପରାଧ ବିରୋଧରେ ମିଳିବ କଠୋର ଦଣ୍ଡ
କୋଲକାତା: ଦୁଷ୍କର୍ମ ଏବଂ ଯୌନ ଅପରାଧକାରୀଙ୍କୁ ମିଳିବ କଠୋର ଦଣ୍ଡ । ମମତା ବାନାର୍ଜୀଙ୍କ ସରକାର ଆଣିଛନ୍ତି ନୂଆ ଆଇନ । ଆଜୀବନ କାରାଦଣ୍ଡ ସହ ମୃତ୍ୟୁଦଣ୍ଡ ବି ମିଳିବ । ଆଇନକୁ କଠୋର କରିବାକୁ ଲକ୍ଷ୍ୟ ରଖି ପଶ୍ଚିମବଙ୍ଗ ବିଧାନସଭାରେ ସର୍ବସମ୍ମତି କ୍ରମେ ‘ଅପରାଜିତା’ ବିଲ୍ ପାରିତ ହୋଇଛି। ଗତ ମାସରେ ଆର.ଜି କର ମେଡିକାଲ ଏବଂ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ଦୁଃଖଦ ଦୁଷ୍କର୍ମ ପରେ ହତ୍ୟା ଘଟଣା ନେଇ ଏହି ଗୁରୁତର ଅପରାଧର ସମାଧାନ ପାଇଁ କେନ୍ଦ୍ରୀୟ ଆଇନରେ ସଂଶୋଧନ କରି ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ପାଲଟିଛି।