ପ୍ରାର୍ଥିପତ୍ର ଦାଖଲ କଲେ ସୁଦର୍ଶନ ରେଡ୍ଡୀ

ବିରୋଧୀ ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ସୁଦର୍ଶନ ରେଡ୍ଡି ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରେଡ୍ଡୀ ରାଜ୍ୟସଭା ସେକ୍ରେଟାରି ଜେନେରାଲ୍‌ ତଥା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀଙ୍କ ନିକଟରେ ୪ ସେଟ୍‌ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।  ଏହି ସମୟରେ ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାୱାର,  ସପା ନେତା ରାମଗୋପାଳ ଯାଦବ, ଡିଏମ୍‌କେର ତିରୁଚି ଶିବ, ଟିଏମ୍‌ସିର ଶତାବ୍ଦୀ ରାୟ, ଶିବସେନା (ୟୁବିଟି)ର ସଂଜୟ ରାଉଦ, ସିପିଏମ୍‌ର ଜନ୍‌ ବ୍ରିଟ୍ଟସ୍‌ ମଧ୍ୟ ଉପସ୍ଥିତ ଥିଲେ।

ନିର୍ବାଚନ ଅଧିକାରୀ ପ୍ରାର୍ଥିପତ୍ର ଯାଞ୍ଚ କରିବାପରେ ରେଡ୍ଡୀଙ୍କୁ ସ୍ବୀକାରୋକ୍ତି ସ୍ଲିପ୍‌ ହସ୍ତାନ୍ତର କରିଥିଲେ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ପରେ ରେଡ୍ଡୀ ପ୍ରତିଜ୍ଞା କରିଛନ୍ତି ଯେ ନିର୍ବାଚିତ ହେଲେ, ସେ ନିରପେକ୍ଷତା, ମର୍ଯ୍ୟାଦା ଓ ଦୃଢ଼ ପ୍ରତିବଦ୍ଧତାର ସହ ଉପରାଷ୍ଟ୍ରପତି ଭୂମିକା ନିର୍ବାହ କରିବେ।

Leave a comment