୧୭ଦିନ ପରେ ବାହାରକୁ ଆସିବେ ୪୧ ଶ୍ରମିକ

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଟନେଲ ଦୁର୍ଘଟଣାରେ ଫସି ରହିଥିବା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଖନନ କାର୍ଯ୍ୟ ଶେଷ ହୋଇଛି। ଶ୍ରମିକମାନେ ଗତ ୧୭ଦିନ ଧରି ଏଠାରେ ଫସି ରହିଥିଲେ।  ୧୭ଦିନ ଉଦ୍ଧାର କାର୍ଯ୍ୟ ଚାଲିବା ସହ ବିଭିନ୍ନ ପ୍ରକାରର ମସିନର ବ୍ୟବହାର ପରେ ଆଜି ଟନେଲ୍ ଭିତରକୁ ଯିବାର ରାସ୍ତା ସଫା ହୋଇଛି। ଏବେ କିଛି ସମୟ ମଧ୍ୟରେ ଶ୍ରମିକମାନଙ୍କୁ ବାହାରକୁ ଆଣିବା ପ୍ରକ୍ରିୟା ଆରମ୍ଭ ହେବ। ଶ୍ରମିକମାନଙ୍କୁ ଟନେଲରୁ ବାହାର କରିବା ପାଇଁ ଏନଡିଆରଏଫ ଏବଂ ଏସଡିଆରଏଫର ଜଣେ ଜଣେ ଯବାନ ଭିତରକୁ ଯିବେ। ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ଟନେଲ ବାହାରେ ଆମ୍ବୁଲାନ୍ସ ପହଞ୍ଚିସାରିଛି। ଏହା ସହ ଏମ୍ସରେ ୪୧ଟି ଶଯ୍ୟା ପ୍ରସ୍ତୁତ କରି ରଖାଯାଇଥିବା କୁହାଯାଉଛି।