ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା, ଭାରତୀୟ ସାକ୍ଷ୍ୟ ଆଇନ ଲୋକସଭାରେ ଆଜି ପାସ୍ ହୋଇଛି । ଏହି ବିଲ୍ ପାସ୍ ଅବସରରେ ନାଗରିକଙ୍କ ସୁରକ୍ଷା, ଗୁରୁତ୍ୱ ଏବଂ ରାଷ୍ଟ୍ରହିତକୁ କଥା କହିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ମବ୍ ଲିଞ୍ଚିଂ ବା ଭିଡ଼ ହିଂସା ଏକ ଘୃଣିତ ଅପରାଧ ଅଟେ । ଆଉ ଭିଡ଼ ହିଂସା ସୃଷ୍ଟିକାରୀଙ୍କୁ ନୂଆ ଆଇନରେ ମୃତ୍ୟୁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି । ଆଜି ଲୋକସଭାରେ ଆଇପିସି, ସିଆରପିସି ଏବଂ ଭାରତୀୟ ସାକ୍ଷ୍ୟ ଆଇନ ସଂଶୋଧନ ବିଲ୍ ଆଗତ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଭିଡ଼ ହିଂସା ପାଇଁ ନୂଆ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଭିଡ଼ ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ୭ ବର୍ଷ କିମ୍ବା ଆଜୀବନ କିମ୍ବା ମୃତ୍ୟୁ ଦଣ୍ଡାଦେଶର ବ୍ୟବସ୍ଥା ରହିଛି । ଜିରୋ ଏଫ୍ଆଇଆର୍ ପାଇଁ ମଧ୍ୟ ବିଲ୍ରେ ବ୍ୟବସ୍ଥା କରାଯାଇଛି । ଦୁର୍ଘଟଣା ଘଟାଇ ଆହତଙ୍କୁ ଛାଡ଼ି ପଳାଇଗଲେ, ୧୦ ବର୍ଷା ସଜା । ହିଟ୍ ଆଣ୍ଡ୍ ରନ୍ ପାଇଁ ଦୋଷୀକୁ ୧୦ ବର୍ଷ ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଛି । ଏହି ବିଲକୁ ପରେ ରାଜ୍ୟ ସଭାରେ ଆଗତ କରାଯିବ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Next Post