ଜମ୍ମୁ କାଶ୍ମୀରରେ ଦୁଇ ଦିନରେ 6 ଆତଙ୍କବାଦୀ ନିହତ

ଗତକାଲି ପୁଞ୍ଚରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୪ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଆଜି କୁପଓ୍ବାଡାରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି । ସେମାନଙ୍କ ନିକଟରୁ ଗୁଳିଗୁଳା ଜବତ ହୋଇଛି  ନିପାତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ କିଛି ବିଦେଶୀ ନାଗରିକ ଅଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବାରୁ ସେମାନେ ବଡ଼ ଧରଣର ଆତଙ୍କବାଦୀ ଯୋଜନା ପାଇଁ ରଣନୀତି କରୁଥିବା ଆଶଙ୍କା ପ୍ରକାଶ ପାଇଛି । ତେଣୁ ସର୍ଚ ଅପରେସନ ଜାରି ରହିଛି। ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଖବର ପାଇ ସୁରକ୍ଷାକର୍ମୀମାନେ ଗତକାଲି ରାତିରୁ ଅପରେସନ ଆରମ୍ଭ କରିଥିଲେ। ଦୁଇ ଦିନ ହେଲା ଉଭୟ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଆଜି ପୁଣି ଦୁଇ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରିଛନ୍ତି ।