ଦୁର୍ନୀତି ମାମଲାରେ ‘ସିଆଇଡି’ ଆଜି ସକାଳେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ତେଲୁଗୁ ଦେଶମ୍ ପାର୍ଟି’ର ମୁଖ୍ୟ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଛି । ପୁଲିସ ଉପସ୍ଥିତ ଥିବା ବହୁସଂଖ୍ୟକ ‘ଟିଡିପି’ ନେତାଙ୍କ ପ୍ରତିରୋଧର ସମ୍ମୁଖୀନ ହୋଇଥିଲା। ନାଇଡୁଙ୍କୁ ପହରା ଦେଉଥିବା ‘ଏସ୍ପିଜି’ ଫୋର୍ସ ମଧ୍ୟ ପୁଲିସକୁ ନାଇଡୁଙ୍କ ପାଖକୁ ଛାଡ଼ି ନ ଥିଲେ। ସେମାନେ କହିଲେ ଯେ, ନିୟମାନୁସାରେ, ଭୋର୍ ୫.୩୦ ପୂର୍ବରୁ ସେମାନେ କାହାକୁ ନାଇଡୁଙ୍କ ନିକଟକୁ ଛାଡ଼ିବେ ନାହିଁ। ପରେ ପୋଲିସ ସକାଳେ ଗିରଫ କରିଛି । ତାଙ୍କ ନାମରେ ଦୁର୍ନୀତି ମାମଲା ରହିଛି । ଚନ୍ଦ୍ରବାବୁ ନାଇଡୁ ହାଇଦ୍ରାବାଦସ୍ଥିତ ‘ଲେକ୍ ଭିୟୁ ଗେଷ୍ଟ୍ ହାଉସ୍’ ମରାମତି ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଇଁ ସେ ଆଉ ୧୦ କୋଟି, ‘ଚାଟର୍ଡ ବିମାନ’ ଭଡ଼ା ବାବଦରେ ୧୦୦ କୋଟି ଏବଂ ‘ଧର୍ମ ପୋରତା ଦୀକ୍ଷାସ୍’ରେ ୮୦ କୋଟି ଟଙ୍କା ଖର୍ଚ୍ଚ କରିଥିବାରୁ ତାଙ୍କ ନାମରେ ଦୁର୍ନୀତି ଅଭିଯୋଗ ହୋଇଛି । ତେବେ ତାଙ୍କ ଓକିଲ ହାଇକୋର୍ଟରେ ଜାମିନ ଆବେଦନ କରିବେ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post