ଦୁର୍ନୀତି ମାମଲାରେ ‘ସିଆଇଡି’ ଆଜି ସକାଳେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ତେଲୁଗୁ ଦେଶମ୍ ପାର୍ଟି’ର ମୁଖ୍ୟ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଛି । ପୁଲିସ ଉପସ୍ଥିତ ଥିବା ବହୁସଂଖ୍ୟକ ‘ଟିଡିପି’ ନେତାଙ୍କ ପ୍ରତିରୋଧର ସମ୍ମୁଖୀନ ହୋଇଥିଲା। ନାଇଡୁଙ୍କୁ ପହରା ଦେଉଥିବା ‘ଏସ୍ପିଜି’ ଫୋର୍ସ ମଧ୍ୟ ପୁଲିସକୁ ନାଇଡୁଙ୍କ ପାଖକୁ ଛାଡ଼ି ନ ଥିଲେ। ସେମାନେ କହିଲେ ଯେ, ନିୟମାନୁସାରେ, ଭୋର୍ ୫.୩୦ ପୂର୍ବରୁ ସେମାନେ କାହାକୁ ନାଇଡୁଙ୍କ ନିକଟକୁ ଛାଡ଼ିବେ ନାହିଁ। ପରେ ପୋଲିସ ସକାଳେ ଗିରଫ କରିଛି । ତାଙ୍କ ନାମରେ ଦୁର୍ନୀତି ମାମଲା ରହିଛି । ଚନ୍ଦ୍ରବାବୁ ନାଇଡୁ ହାଇଦ୍ରାବାଦସ୍ଥିତ ‘ଲେକ୍ ଭିୟୁ ଗେଷ୍ଟ୍ ହାଉସ୍’ ମରାମତି ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଇଁ ସେ ଆଉ ୧୦ କୋଟି, ‘ଚାଟର୍ଡ ବିମାନ’ ଭଡ଼ା ବାବଦରେ ୧୦୦ କୋଟି ଏବଂ ‘ଧର୍ମ ପୋରତା ଦୀକ୍ଷାସ୍’ରେ ୮୦ କୋଟି ଟଙ୍କା ଖର୍ଚ୍ଚ କରିଥିବାରୁ ତାଙ୍କ ନାମରେ ଦୁର୍ନୀତି ଅଭିଯୋଗ ହୋଇଛି । ତେବେ ତାଙ୍କ ଓକିଲ ହାଇକୋର୍ଟରେ ଜାମିନ ଆବେଦନ କରିବେ ।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post