ସରକାରଙ୍କ ବିମୁଦ୍ରାୟନ ନିଷ୍ପତ୍ତି ଠିକ୍ ଥିଲା ବୋଲି ସୁପ୍ରିମକୋର୍ଟଙ୍କ ରାୟ ଶୁଣାଇଛନ୍ତି

ନୂଆଦିଲ୍ଲୀ : ବିମୁଦ୍ରାୟନ ନିଷ୍ପତ୍ତି ଠିକ୍ ଥିଲା ବୋଲି ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ୨୦୧୬ ନଭେମ୍ବର ୮ରେ ଦେଶରେ କାର୍ଯ୍ୟକାରୀ କରାଯାଇଥିବା ବିମୁଦ୍ରାୟନ ନିଷ୍ପତ୍ତିକୁ ନେଇ ବିଭିନ୍ନ କୋର୍ଟରେ ମାମଲା ଥିଲା  । ତାହାର ରାୟ ଆଜି ପ୍ରକାଶ ପାଇଛି । କୋର୍ଟ କହିଛନ୍ତି ଯେ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହା  ଠିକ୍ ଥିଲା ବୋଲି ସୁପ୍ରିମକୋର୍ଟଙ୍କ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ପାଞ୍ଚଜଣିଆ ସାମ୍ବିଧାନିକ ପୀଠ ସୋମବାର ନିଜ ରାୟରେ ବିମୁଦ୍ରାୟନ ନିଷ୍ପତ୍ତି ଠିକ୍ ଥିଲା ବୋଲି କହିଛନ୍ତି । ବିମୁଦ୍ରାୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ନ ଥିଲା ବୋଲି ସାମ୍ବିଧାନିକ ପୀଠ କହିଛନ୍ତି। ଏହା ସହ ବିମୁଦ୍ରାୟନ ସଂପର୍କୀତ ସମସ୍ତ ମାମଲାକୁ ଅଦାଲତ ଖାରଜ କରି ଦେଇଛନ୍ତି।