‘ସାଗର ସମ୍ପର୍କ’ ଉଦ୍ଘାଟିତ
ବନ୍ଦର ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ଭାରତୀୟ ସାମୁଦ୍ରିକ କ୍ଷେତ୍ରକୁ ମଜବୁତ କରିବାକୁ ଅଙ୍ଗୀକାରବଦ୍ଧ । ଡିଜିଟାଲ ପଦକ୍ଷେପକୁ ଆହୁରି ତ୍ୱରାନ୍ୱିତ କରିବା ନିମନ୍ତେ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସ୍ୱଦେଶୀ ଜ୍ଞାନକୌଶଳ ନିର୍ମିତ ଭିନ୍ନ ଏକ ବୈଶ୍ୱିକ ଜାହାଜ ଚଳାଚଳ ଉପଗ୍ରହ ପଦ୍ଧତି(ଡିଜିଏନଏସ୍ଏସ୍) ‘ସାଗର ସମ୍ପର୍କ’କୁ ଉଦ୍ଘାଟନ କରିଛନ୍ତି । ଏଥିରେ ବିଭାଗୀୟ ସଚିବ ଶ୍ରୀ ଟି.କେ. ରାମଚନ୍ଦ୍ରନ୍ ମନ୍ତ୍ରଣାଳୟ ଓ ବତୀଘର ଓ ଲାଇଟସିପ୍ ନିର୍ଦ୍ଦେଶାଳୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଡିଜିଏନ୍ଏସ୍ଏସ୍ ଏକ କ୍ଷେତ୍ରିୟ ସମ୍ପ୍ରସାରିତ ଓ ପଦ୍ଧତି ଯାହା ବୈଶ୍ୱିକ ଜାହାଜ ଚଳାଚଳ ଉପଗ୍ରହ ପଦ୍ଧତି (ଜିଏନ୍ଏସ୍ଏସ୍) ଦ୍ୱାରା ସମସ୍ତ ଭୂଲ ଭଟ୍କା ସୁଧାରି ଅଧିକ ସଠିକ ଅବସ୍ଥିତିଗତ ତଥ୍ୟ ପ୍ରଦାନ କରିଥାଏ ।
ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ସର୍ବାନନ୍ଦ ସୋନୱାଲ କହିଥିଲେ ଯେ ଅତୀତରେ ଜାହାଜ ଚଳାଚଳ ଅତ୍ୟଧିକ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ରେ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ଜାହାଜ ଚଳାଚଳର ନିରାପତ୍ତା ପ୍ରତି ଅଗ୍ରାଧିକାର ଦେଇ ଆସୁଛି । ସାଗର ସମ୍ପର୍କ (ଡିଜିଏନଏସ୍ଏସ୍) ଡିଜିଏଲଏଲ ଅଧୀନସ୍ଥ ଛଅଟି ସ୍ଥାନରେ ଆରମ୍ଭ ହେବା ଦ୍ୱାରା ଏହା ନିଶ୍ଚିତଭାବେ ରେଡିଓ ପ୍ରାଥମିକ ସେବା ଓ ସାମୁଦ୍ରିକ ନୌ ପରିବହନ ସାମର୍ଥ୍ୟ ବୃଦ୍ଧି କରିବ ।
ଡିଜିଏନଏସ୍ଏସ୍ ସେବା ନାବିକମାନଙ୍କୁ ନିରାପଦ ଜାହାଜ ଚଳାଚଳ ସହ ମୁହାଁମୁହିଁ ଧକ୍କା, ବାଲିଚଢା ଭଳି ସ୍ଥାନରେ ଅଟକିବା ଓ ବନ୍ଦର ଓ ଉପକୂଳ ଅଞ୍ଚଳରେ ଦୁର୍ଘଟଣାରୁ ରକ୍ଷା କରିବ । ଏଥି ଯୋଗୁଁ ଜାହାଜ ଚଳାଚଳ ନିରାପଦ ଓ ଦକ୍ଷତାର ସହ ହୋଇପାରିବ ।
ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଶ୍ରୀପଦ ୱାଇ ନାୟକ କହିଥିଲେ ଯେ ଡିଜିଏନଏସ୍ଏସ୍ ଏକ ଗୁରୁତ୍ୱପୂର୍ଣ୍ଣ ରେଡିଓ ପ୍ରାଥମିକ ସେବା ଯାହା କି ଜାହାଜ ଚଳାଚଳ କ୍ଷେତ୍ରରେ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ (ଆଇଏମ୍ଓ)ର ଆନ୍ତର୍ଜାତିକ ଆଇନଗତ ବାଧ୍ୟବାଧ୍ୟକତା ପୂରଣ କରିବା ସହ ସମୁଦ୍ରରେ ଜୀବନ ନିରାପତ୍ତା(ଏସଓଏଲଏଏସ୍) ଏବଂ ଆନ୍ତର୍ଜାତିକ ସାମଗ୍ରିକ ସାହାଯ୍ୟ ଓ ବତୀଘର କର୍ତ୍ତୃପକ୍ଷଙ୍କ ଆବଶ୍ୟକତା ପୂରଣ କରିବ ।