ନିଆଁ ଲାଗି ଜଳିଗଲେ ୨୫ ଯାତ୍ରୀ

ମୁମ୍ବାଇ: ମହାରାଷ୍ଟ୍ର ବୁଲଧାନାରେ  ବସ୍‌ରେ ନିଆଁ ଲାଗି ୨୫ ଜଣଙ୍କ ମୃତ୍ୟୁ ହୋଇଛି । ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସଓ୍ବେରେ ବସ୍‌ରେ ହଠାତ ଲାଗିଥିଲା ନିଆଁ । ବସ୍‌ଟି ୩୩ ଜଣ ଯାତ୍ରୀଙ୍କୁ ନେଇ  ନାଗପୁରରୁ ମୁମ୍ବାଇ ଅଭିମୁଖେ ଯାଉଥିଲା ବେଳେ ଘଟିଥିଲା ଦୁର୍ଘଟଣା । ବସର ଡ୍ରାଇଭର ସୁରକ୍ଷିତ ଥିବାବେଳେ ,ହଠାତ୍ ବସର୍ ଟାୟାର ଫାଟିଯିବାରୁ ବସଟି ଓଲଟିଯାଇ ନିଆଁ ଲାଗିଯାଇଥିବା  ସେ କହିଛନ୍ତି