ଶର୍ମିଷ୍ଠା ପାନୋଲିଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିବା ଅଭିଯୋଗକାରୀ ନିଖୋଜ
ପହଲଗାମ୍ ଆକ୍ରମଣର ପ୍ରତିଶୋଧ ଭାବେ ଆରମ୍ଭ ହୋଇଥିବା ‘ଅପରେସନ୍ ସିନ୍ଦୂର’ ସଂପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହୋଇଥିଲେ ଆଇନ୍ ଛାତ୍ରୀ ଶର୍ମିଷ୍ଠା ପାନୋଲି। ପୁଣେର ଏହି ଆଇନ୍ ଛାତ୍ରୀ ଜଣଙ୍କୁ ଗୁରୁବାର ରାତିରେ କୋଲକାତା ପୁଲିସ୍ ଗିରଫ କରିଛି। ତେବେ ଏହି ମାଲାକୁ ନେଇ ଏକ ନୂଆ ତଥ୍ୟ ହସ୍ତଗତ ହୋଇଛି। ଜାଣିବାକୁ ମିଳିଛି ଯେ ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିବା ଅଭିଯୋଗକାରୀ ଜଣକ ଏବେ ନିଖୋଜ ଅଛନ୍ତି।